କେନ୍ଦ୍ରାପଡା ବ୍ଲକ ଓଷ୍ଟାର ଶିଶୁ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଓଷ୍ଟା ପକ୍ଷରୁ ଶ୍ୟାମସୁନ୍ଦରପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଓଷ୍ଟାର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବାଜି ଚରଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବରମାସ ୧୭ତାରିଖ ଶନିବାର ପୂର୍ବାହ୍ନ ୯ଘଟିକାରେ ଏହି ଶିଶୁ ମହୋତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ବ୍ଲକ ଓଷ୍ଟାର ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ସଭାପତି ସନ୍ତୋଷ କୁମାର ଦାସ, ରାଜ୍ୟ ଓଷ୍ଟାର କାର୍ଯ୍ୟକାରୀ ସଭ୍ୟ ପ୍ରଣବ କୁମାର ଜେନା, ବିଶିଷ୍ଟ ଶିକ୍ଷାବିତ ଅବନୀ କୁମାର ମହାନ୍ତି, ସରପଞ୍ଚ ଅଙ୍କୁର ସେଠୀ, ବ୍ଲକ ଓଷ୍ଟାର ଯୁଗ୍ମ ସମ୍ପାଦକ ରାଜ କିଶୋର ନାୟକ, ନାରାୟଣ ପଣ୍ଡା, ପ୍ରତାପ ଚନ୍ଦ୍ର ପତିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷିକା ଓ ଶିକ୍ଷା କର୍ମଚାରୀମାନେ ଯୋଗଦେଇ ଓଷ୍ଟା ଦ୍ୱାରା ଆୟୋଜିତ ହେବାକୁ ଥିବା ଶିଶୁ ମହୋତ୍ସବକୁ ସରସ ସୁନ୍ଦର କରି ସମାହିତ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ