କେନ୍ଦ୍ରାପଡା ବ୍ଲକ ଓଷ୍ଟାର ପ୍ରତିବାଦ ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଓଷ୍ଟାର ଆହ୍ୱାନରେ ଏକ ପ୍ରତିବାଦ ସଭା ଶତାଧିକ ଶିକ୍ଷକ, ଶିକ୍ଷିକା, କର୍ମଚାରୀ, ଅଭିଭାବକ, ଅଭିଭାବିକା, ପରିଚାଳନା କମିଟି ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଆନ୍ଦୋଳନ ପରିଚାଳନା କମିଟିର ସଭ୍ୟ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଓଷ୍ଟାର ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା ଯୋଗ ଦେଇ ଆଗାମୀ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଅଭିଭାବକ, ଅଭିଭାବିକା, ପ୍ରାକ୍ତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ଏକ ବିଶାଳ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ବିକାଶ ମଞ୍ଚ ସଭାପତି, ଶିକ୍ଷାବିତ୍ କାଶିନାଥ ରାଉତରାୟ, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ, ଦୂତିଆଳ ଆଦର୍ଶ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଅଲେଖ ଚରଣ ରାଉତ, ବସନ୍ତ କୁମାର ସ୍ୱାଇଁ, ନାରୀନେତ୍ରୀ ନିରୂପମା ମହାନ୍ତି, ଅଭିଭାବିକା ମଞ୍ଜୁଲତା ସେଠୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ସରୋଜିନୀ ସ୍ୱାଇଁ, ସଦସ୍ୟ ରମେଶ ଚନ୍ଦ୍ର ସାହୁ, ସରୋଜକାନ୍ତ ଜେନା, ଆନ୍ଦୋଳନ ପରିଚାଳନା କମିଟି ସଦସ୍ୟ ନିରାକାର ସାମଲ, ପଙ୍କଜ କୁମାର ବେହୁରା, ବ୍ଲକ ଯୁଗ୍ମ ସମ୍ପାଦକ ରାଜକିଶୋର ନାୟକ, ଅରୁଣ କୁମାର ପଣ୍ଡା, ଶିକ୍ଷକ ନେତା ଯଦୁମଣୀ ବାରିକ, ସୁରେଶ ଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ବରାଳ, ଜିଲ୍ଲା ଆନ୍ଦୋଳନ ପରିଚାଳନା ସଦସ୍ୟ ତୁଷାରକାନ୍ତ ନାୟକଙ୍କ ସମେତ ବହୁ ସଂଖ୍ୟକ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ଯୋଗ ଦେଇ ଅବିଳମ୍ବେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନ୍‌ସନ୍ ପ୍ରଦାନ, ୧୯୪ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ସମସ୍ତ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କର ଅବସର ବୟସ ୬୨ ବର୍ଷକୁ ବୃଦ୍ଧି ସହ ୬୪୮ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ କରିବା ଇତ୍ୟାଦି ଦାବିକୁ ପୁରଣ କରିବା ପାଇଁ ଚେତାବନୀ ଦେଇଥିଲେ । ଦାବୀ ପୁରଣ ନହେଲେ ରାଜ୍ୟ ନେତୃତ୍ୱ ଆହ୍ୱାନରେ ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ୫୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ଯୋଗଦେଇ ଆନ୍ଦୋଳନକୁ ଶାଣୀତ କରିବାକୁ ଦୃଢ ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ