କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସର ବିକ୍ଷୋଭ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ବିରୋଧୀଦଳର ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀ ବିଧାନସଭାରେ ସଂଖ୍ୟାଲଘୁ ସଂପ୍ରଦାୟ ମହିଳାମାନଙ୍କ ପ୍ରତି ଯେଉଁ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ତାହାର ଘୋର ପ୍ରତିବାଦ କରିଛି କଂଗ୍ରେସ ଦଳ । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ସେଠୀ ବିନାଚୁକ୍ତିରେ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବା ସହ ସର୍ବସାଧାରଣରେ ସେ କ୍ଷମା ପ୍ରାର୍ଥନା ମାଗିବା କୁ କଂଗ୍ରେସ ଦାବି କରିଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପିସିସି ସାଧାରଣ ସମ୍ପାଦକ ମହମ୍ମଦ ଆକବର ଅଲ୍ଲୀ,ହିବଜୁର ରହେମନ,କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଶିବ ପ୍ରସାଦ ବିଶ୍ୱାଳ,ନଗର କଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟି,ସଞ୍ଜୟ ରାଉତ, ମୀର ମୁର୍ଶିଦ,ଅଜମତ ଖାନ,ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ସଭାପତି ସୟଦ ଅବଦୁଲ ସତ୍ତାର,ଅମିନା ବିବି,ନସିମା ବିବି, ସମା ବିବି,ରିହାନ ବିବି,ସଇରା ବିବି,ଜାଏଦା ବିବି, ଯମିଲା ବିବି,ଅନିଶା ବିବି,ସୁହାଲେହା ବିବି ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।