କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଓସା ପକ୍ଷରୁ ସଚେତନତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପି ସୂଚନା ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାରେ ଆରମ୍ଭ ହୋଇଛି । ସୋମବାର ସେହି କ୍ରମରେ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଚେତନତା ଶିବିର ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ବ୍ଲକ ଶାଖା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଲୋକମାନେ କିପରି ଏହି ଆଇନର ବ୍ୟବହାର କରି ସେମାନଙ୍କ ନାର୍ଯ୍ୟ ଦାବି ହାସଲ ସହ ଦୁର୍ନୀତି ବିରୋଧୀ ଲଢେଇରେ ସାମିଲ ହୋଇପାରିବେ ସେଥି ନିମନ୍ତେ ସେମାନଙ୍କୁ ସଚେତନ କରାଯାଇଥିଲା । ଏହି ଆଇନକୁ ବ୍ୟବହାର କରି ସମାଜରୁ ଦୁର୍ନୀତି ହଟାଇବାକୁ ଆହ୍ୱାନ ଦେଇଛି ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ବ୍ଲକ ଶାଖା । ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର କର୍ମୀ ନିରଞ୍ଜନ ପରିଡା, ପ୍ରକାଶ ଦାସ, ଭାଗିରଥୀ ଜେନା, ମନୋଜ ନାୟକ, ନରେନ୍ଦ୍ର ଧଳ, ଦୁଷ୍ମନ୍ତ ଆଚାର୍ଯ୍ୟ, ସୁନିଲ ମହାପାତ୍ର, ସନ୍ତୋଷ ବେହେରା ପ୍ରମୁଖ ଯୋଗଦେଇ ୫୦ରୁ ଉର୍ଦ୍ଧ୍ୱ ସାଧାରଣ ଜନତାଙ୍କୁ ଏହି ଆଇନ ସମ୍ପର୍କରେ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ