କେନ୍ଦ୍ରାପଡା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ବ୍ଲକ ଅନ୍ତର୍ଗତ ଦେପୁର ସରସ୍ୱତୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଡିଓ ସୁଧୀର କୁମାର ସିଂ, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ. ସେକ ସମସୁର, ସମ୍ମାନିତ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗିରଥୀ ନନ୍ଦ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅଭୟ କୁମାର ପ୍ରତିହାରି, କୁରତଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ସାହୁ, ଦେପୁର ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ଲେଙ୍କା, ଓସ୍ତପୁର ସରପଞ୍ଚ କବିତା ବାରିକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ସେକ ସମସୁର ଆଜିର ବିଜ୍ଞାନ ଯୋଗୁଁ ମନୁଷ୍ୟ ଚନ୍ଦ୍ର ଯାନରେ ପହଞ୍ଚି ପାରିଛି । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ, ଗଣିତ ଓ ପରିବେଶର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ନିଜ ମତବ୍ୟକ୍ତ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇ ବିଜ୍ଞାନର ଅନ୍ତର୍ନିହିତ ଗୁଣ ପରିପ୍ରକାଶ ଦିଗରେ ଶିକ୍ଷକ ମାନେ ଅଧିକ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଯଯାଙ୍ଗ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡଃ.ସୂର୍ଯ୍ୟ ନାରାୟଣ ମିଶ୍ର ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ କୃଷି ବିଜ୍ଞାନ ଉପରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନ ସ୍ତରରୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପୂର୍ବତନ ସରପଂଚ ଫକିର ଚରଣ ଖଟୁଆ, ବିଆରସିସି ଭାଗିରଥି ନନ୍ଦ,ସି.ଆର.ସି.ସି. ବଳଦେବ ପ୍ରସାଦ ଜେନା, ସ୍ଥାନୀୟ ସମିତି ସଭ୍ୟ ପ୍ରଶନ୍ନ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ଏବଂ ପୋରାଚଂଳ ସ୍ତରରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ସମୁଦାୟ ୬୮ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ସେଥି ମଧ୍ୟରୁ ବ୍ଲକ ସ୍ତରରୁ ୬ ଜଣ ଏବଂ ପୈାରାଚଂଳ ସ୍ତରରୁ ୪ ଜଣ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ଚୟନ ହୋଇଛନ୍ତି । ଆସନ୍ତା ୧୨ ତାରିଖରେ ପଟ୍ଟାମୁଣ୍ଡାଇ କଷଣଅଣ୍ଟା ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେବ । ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାଧାକାନ୍ତ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସ୍ଥାନୀୟ ଗ୍ରାମବାସୀ, ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କ ସହିତ ରାଜେନ୍ଦ୍ର ପ୍ରସାଦ ରାଉତ, ସେକ ମନସୁର ଅଲ୍ଲୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ