କେନ୍ଦ୍ରାପଡା ଭାରତୀୟ ମାନବଧିକାର ପରିଷଦର କାର୍ଯ୍ୟାଳୟ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଭାରତୀୟ ମାନବଧିକାର ପରିଷଦର କେନ୍ଦ୍ରାପଡା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ମହାକାଳପଡା ବ୍ଲକ ଅନ୍ତର୍ଗତ ତେରଗାଁ ପଂଚାୟତର ଓସ୍ତର ଠାରେ ଭାରତୀୟ ମାନବଧିକାର ପରିଷଦର କାର୍ଯ୍ୟାଳୟକୁ ଜାତୀୟ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଓ ପରିଷଦର ଜିଲ୍ଲା ସଭାପତି ନିରାକାର ମହାରଣା ଯୋଗଦେଇ ମିଳିତ ଭାବେ ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ମହାକାଳପଡା ବ୍ଲକ ସଭାପତି ଚିତ୍ତରଞ୍ଜନ ତରାଇ ଓ ସମ୍ପାଦକ ଫକିର ବେହେରାଙ୍କ ନେତୃତ୍ୱରେ ୧୫୦ଜଣ ସଦସ୍ୟ କୋଭିଡ ନିୟମ ପାଳନ ପୂର୍ବକ ଗରୀବ ଓ ଅବହେଳିତ ଲୋକମାନେ କିପରି ନ୍ୟାୟ ପାଇପାରିବେ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ସଦସ୍ୟମାନଙ୍କୁ ସେମାନଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା । ଜାତୀୟ ସଭାପତି ଶ୍ରୀ ସାହୁ ଉପସ୍ଥିତ ସଦସ୍ୟମାନଙ୍କୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପ୍ରଥମେ ଆମେ ନିର୍ଭିକ ଓ ସଚ୍ଚୋଟତା ସହିତ କାର୍ଯ୍ୟ କରିବା ଉଚିତ । ଜିଲ୍ଲା ସଭାପତି ଶ୍ରୀ ମହାରଣା ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ମାନବଧିକାର କର୍ମୀମାନେ ଦୁର୍ନିତୀ ବିରୋଧରେ ଲଢୁଛନ୍ତି ଓ ଆଗାମି ଦିନରେ ମଧ୍ୟ ଏହି ଲଢେଇ ଜାରିରହିବ ବୋଲି କହିଥିଲେ । ଏହି ସଭାରେ ବିଭିନ୍ନ ପଂଚାୟତରୁ ଆସିଥିବା ମାନବଧିକାର କର୍ମୀଙ୍କ ମଧ୍ୟରେ ମନରଞ୍ଜନ ନାୟକ,ଟହଲି ଲେଙ୍କା,ପ୍ରଶାନ୍ତ ତ୍ରିପାଠୀ,ମିତା ଦାସ,ଶସ୍ମିତା ଲେଙ୍କା,ପ୍ରଶାନ୍ତ ଯେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟ ଉପଦେଷ୍ଟା ସୈାମ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ