କେନ୍ଦ୍ରାପଡା ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଉତ୍କଳ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ସ୍ଥାନୀୟ ଗରାପୁରସ୍ଥିତ ଗୋପାଳଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମହାକାଳପଡା ବିକାଶ ମଞ୍ଚର ସଭାପତି ତଥା ପରିବେଶବୀତ ବିଶିଷ୍ଟ ଶିକ୍ଷାଅଧିକାରୀ କାଶିନାଥ ରାଉତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା ଶିକ୍ଷାବୀତ ପ୍ରଣବ କୁମାର ଜେନା ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହିତ କରାଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବା ପାଇଁ ଦେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ର, ନିର୍ମଳ ଚନ୍ଦ୍ର ମିଶ୍ର, ନରୋତ୍ତମ ଜେନା, ଅଲେଖ ମହାନ୍ତି, ଶିକ୍ଷାବୀତ ପାର୍ଥସାରଥୀ ବେହେରା, ବାସନ୍ତି ଦାସ, ଜଗତ ଜୀବନ ଦାଶ, ମଣି ପ୍ରସାଦ ଭୂୟାଁ ପ୍ରମୁଖ ଯୋଗଦେଇ ଓଡିଶା ପ୍ରଦେଶ ଗଠନର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ ।