କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଦିବ୍ୟାଙ୍ଗ ସଚେତନତା ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଦିବ୍ୟାଙ୍ଗଙ୍କ ସମ୍ପର୍କରେ ଏକ ପରିବେଶ ସଚେତନତା ଓ ଜନ ଜାଗରଣ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରିଡା ପ୍ରତିଯୋଗୀତା -୨୦୨୨ କଂସାର -ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ସହ ଶିକ୍ଷା ଅଧିକାରିଣୀ କୁମୁଦିନି ଦେଇ, ସମ୍ମାନୀତ ଅତିଥି ଭାବେ କଂସାର ସରପଞ୍ଚ ସରୋଜିନୀ ନାୟକ, କ୍ଲଷ୍ଟର ସାଧନ କେନ୍ଦ୍ରର ସଂଯୋଜକ ପ୍ରଦୀପ କୁମାର ଖଟୁଆ, ମଣ୍ଡଳ ସାଧନ କର୍ମୀ ରାଜଲକ୍ଷ୍ମୀ ରାଉତ, ହିମାଂଶୁ ଶେଖର ନାୟକଙ୍କ ସମେତ ସମସ୍ତ ଆଇ.ଇ. ଭଲ୍ୟୁଣ୍ଟିଅରମାନେ ଯୋଗଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାର କୃତି ଦିବ୍ୟାଙ୍ଗ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ