କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ କ୍ରୀଡା ଓ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଦ୍ୱିଦିବସୀୟ କ୍ରୀଡା ଓ ଖେଳକୁଦ ପ୍ରତିଯୋଗିତା କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ସମ୍ପାଦକ ଉମାକାନ୍ତ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ବରିଷ୍ଠ କ୍ରୀଡା ଶିକ୍ଷକ ପ୍ରଫୁଲ୍ଲ ପ୍ରଧାନ, ଶିକ୍ଷୟିତ୍ରୀ ସଶ୍ମିତା ପଣ୍ଡା, ଶିକ୍ଷକ ପ୍ରତାପ ହରିଚନ୍ଦନ, ଚିତ୍ତରଞ୍ଜନ ମିଶ୍ର, ଜ୍ୟୋତିର୍ମୟୀ ଶତପଥୀ, ଶଶିରେଖା ସାହୁ, ମଧୁସୁଦନ ଦାସ, ଗଜେନ୍ଦ୍ର ସ୍ୱାଇଁ, ଇତିଶ୍ରୀ ପ୍ରଧାନ, ପ୍ରକାଶ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ମଧ୍ୟରେ କ୍ରୀଡା ନୈପୁଣ୍ୟତାର ବିକାଶ ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଶିକ୍ଷକ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୪୨ଟି ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ଓ ୨୫ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ପ୍ରଥମ ଦିବସରେ ୧୦୦, ୨୦୦, ୪୦୦ ଓ ୧୫୦୦ମିଟର ଦୈାଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଡିସକସ ଫିଙ୍ଗା, ପଟିଙ୍ଗ ଦ ସଟ୍ ଭଳି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯିବ ।