କେନ୍ଦ୍ରାପଡା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଜାତୀୟ ସମ୍ପାନ ଉଦଯାପିିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଏବଂ ଇଫକୋ, ସୃଷ୍ଟି ଏକାଡେମୀ, ଆଇ.ଏମ.ଆଇ.ଏସ.,ୟୁଏସବିଏମ, ଆଇ.ଏମ.ବି., ପି.ଜେ.ଗ୍ରୁପ ଅଫ ଇନଷ୍ଟିଟ୍ୟୁଟ, ଭି.କେ.ଗ୍ଲୋବାଲ ପବ୍ଲିକେଶନ ଓ କଲ୍ୟାଣୀ ପବ୍ଲିକେଶନର ସହଯୋଗରେ ଅନୁଷ୍ଠିତ ଦୁଇ ଦିନିଆ ଜାତୀୟ ସମ୍ପାନ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପି.ଜି. କାଉନସିଲର ପୂର୍ବତନ ସଭାପତି ପ୍ରଫେସର ଡଃ. ରଞ୍ଜନ କୁମାର ବଳ ଯୋଗଦେଇ ଶିକ୍ଷାରେ ନୂତନ ପଦ୍ଧତିର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ପି.ଜେ.ସି.ଏମ.ଟି.ର ନିର୍ଦେଶକ ପ୍ରଫେସର ଡଃ. ବିଷ୍ଣୁପ୍ରିୟା ମିଶ୍ର ଯୋଗଦେଇ ଇଲେକ୍ଟ୍ରୋନିକ ମାଧ୍ୟମରେ ଅତି ସହଜରେ କିଣାବିକା ହୋଇପାରୁଛି । ବ୍ୟାଙ୍କିଂ ସୁବିଧା ସବୁ କ୍ଷେତ୍ରରେ ଅଭିନବ କରଣ ହେଉଛି । ପ୍ରଥମ ଅଧିବେଶନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଡଃ. ରବିନ୍ଦ୍ର କୁମାର ସ୍ୱାଇଁ ସଭାମୁଖ୍ୟ ଥିବା ବେଳେ ସହଯୋଗୀ ସାଦସ୍ୟ ଭାବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡଃ. ମହେଶ୍ୱର ସେଠୀ ଯୋଗଦେଇଥିବା ବେଳେ ଦ୍ୱିତୀୟ ଅଧିବେଶନର ସଭାମୁଖ୍ୟ ଭାବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଡଃ. ସୁନିଲ କୁମାର ଧଳ ଓ ସଦସ୍ୟ ଭାବରେ ଗଙ୍ଗାଧର ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରିୟବ୍ରତ ପଣ୍ଡା, ତୃତୀୟ ଅଧିବେଶନର ସଭାମୁଖ୍ୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡଃ. ତୁଷାରକାନ୍ତ ପାଣି ଓ ସଦସ୍ୟ ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ଫ୍ରଫେସର ଡଃ. ସଞ୍ଜୀବ କୁମାର ଦେ ଏବଂ ଚତୁର୍ଥ ଅଧିବେଶନର ସଭାମୁଖ୍ୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ଫ୍ରଫେସର ଡଃ. କିଶୋର କୁମାର ଦାସ ଓ ସଦସ୍ୟ ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ଫ୍ରଫେସର ଡଃ. ଯାଯାତି ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଜାତୀୟ ସମ୍ପାନରେ ୪୮ଟି ପ୍ରବନ୍ଧ ଉପସ୍ଥାପନ ପୂର୍ବକ ପାଠ କରାଯାଇଥିଲା । କେନ୍ଦ୍ରାପଡା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ତଥା ସାଂଗଠନିକ ସମ୍ପାଦକ ପ୍ରଫେସର ଜ୍ଞାନରଞ୍ଜନ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ଅଧ୍ୟାପିକା ୱାଇ. ପଦ୍ମାବତୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜକ ପ୍ରଫେସର ଡଃ. ସୁରେଶ ଚନ୍ଦ୍ର ଦାସ ସମ୍ପାନର ବିବରଣୀ ପାଠ କରିଥିଲେ । ଅଧ୍ୟାପକ ବିକାଶ କୁମାର ନାୟକ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିଭବ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡଃ. ଡି.ଏନ. ଗୋଛାୟତ, ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ, ପ୍ରାଧ୍ୟାପକ ଡଃ. ପ୍ରଭାକର ମଲ୍ଲିକ, ଡଃ. ଜ୍ଞାନୀନ୍ଦ୍ର ଦାସ, ଆର୍ଯ୍ୟସ୍ମୀତା କର, ରଞ୍ଜିତା ଗଡସରା, ମନୋଜ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ