କେନ୍ଦ୍ରାପଡା ମହାବିଦ୍ୟାଳୟରେ ବିଭାଗୀୟ ମୁଖ୍ୟମାନଙ୍କ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମିନି କନଫରେନ୍ସ ହଲରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗୀୟ ମୁଖ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୦୨୩-୨୪ଶିକ୍ଷା ବର୍ଷ ଠାରୁ ଏନ.ସି.ସି.କୁ ପାଠ୍ୟକ୍ରମରେ ଏକ ଇଲେକଟିଭ ବିଷୟ ଭାବେ ସାମିଲ କରାଯିବା ସମ୍ପର୍କରେ ଅଧ୍ୟକ୍ଷ ପ୍ରଫେସର ବେହେରା ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ପ୍ରାଧ୍ୟାପକ ଡଃ. ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ପ୍ରାଧ୍ୟାପକ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ଡଃ. ଜ୍ଞାନୀନ୍ଦ୍ର ଦାଶ, ଅଶୋକ କୁମାର ଦାସ, ମେଜର ମନୋରଞ୍ଜନ ମହାନ୍ତି, ମିନତୀ ପ୍ରଭା ଜେନା, ମନିଷାକାନ୍ତୀ ଜେନା, ସସ୍ମିତା ବେଦାନ୍ତ, ଅଚ୍ୟୁତାନନ୍ଦ ମହାରଣା, ସଞ୍ଜୟ କୁମାର ସ୍ୱାଇଁ, ଅଶୋକ କୁମାର ମିଶ୍ର, ଗୈାତ୍ତମ ଚରଣ ଦାସ, କ୍ୟାପଟେନ ସୀମା ମହାନ୍ତି, ଦେବକାନ୍ତ ଷଡଙ୍ଗୀ, ଜ୍ଞାନରଞ୍ଜନ ଦାସ, ସେକ ହବିବ, ସତ୍ୟରଞ୍ଜନ ମିଶ୍ର, ଅମର କୁମାର ସାହୁ, ବିରଞ୍ଚିନାରାୟଣ ନାଥ, ଗୈାର ପ୍ରସାଦ ଷଡଙ୍ଗୀ, ରଞ୍ଜିତ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋବଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ