କେନ୍ଦ୍ରାପଡା ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ୮ରେ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନ ପକ୍ଷରୁ ଆସନ୍ତା ୮ତାରିଖ ଶନିବାର ପୂର୍ବାହ୍ନ ୧୦ଘଟିକା ସମୟରେ ମହାବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିରେ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିନ୍ଦୁମିତ୍ର ବଳ, ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ମେଜର ମନୋରଞ୍ଜନ ମହାନ୍ତି, କ୍ୟାପଟେନ ସୀମା ମହାନ୍ତି, ଟାଉାନ ଥାନା ଅଧିକାରୀ ତପନ କୁମାର ନାୟକ, ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିିଛି । ଏଭଳି ଏକ ମହତ କାର୍ଯ୍ୟରେ ଯୋଗଦେଇ ରକ୍ତଦାନ କରିବାକୁ ଆସୋସିଏସନର ସମ୍ପାଦକ ଚିନ୍ମୟ ବିଶ୍ୱାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ