କେନ୍ଦ୍ରାପଡା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଜିଏସଟି ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଜିଏସଟି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ. ଜ୍ଞାନରଞ୍ଜନ ଦାସଙ୍କ ଉପସ୍ଥିତିରେ ପ୍ରାଧ୍ୟାପକ ବିକାଶ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପସ୍ଥିତ +୩ ବାଣିଜ୍ୟ ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଜିଏସଟି ସମ୍ବଦ୍ଧିତ ବିଭିନ୍ନ ଉପାଦେୟ ତଥା ଜରୁରୀ ତଥ୍ୟ ବିଭାଗୀୟ ଅଧ୍ୟାପକମାନେ ପ୍ରଦାନ କରିଥିଲେ । ଏହି ସଭାରେ ଅଧ୍ୟାପକ ସୁରେଶ ଚନ୍ଦ୍ର ଦାସ, ମନୋଜ ପ୍ରଧାନ, ଅଧ୍ୟାପିକା ୱାଇ ପଦ୍ମାବତୀ, ରଞ୍ଜିତା ଗଡସରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତଥ୍ୟ ଉପସ୍ଥାପନା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଛାତ୍ରୀ ନିକିତା ପ୍ରିୟଦର୍ଶିନୀ ଓ ଛାତ୍ର ଗୋପିନାଥ ତ୍ରିପାଠୀ ପରିଚାଳନା କରିଥିଲେ । ଛାତ୍ରୀ ସମ୍ପାଦିକା ତେଜସ୍ୱିନୀ ଦାସ, ଛାତ୍ର ସମ୍ପାଦକ ଆଶୁତୋଷ ଦାସ, ସନ୍ଧ୍ୟାରାଣୀ ରାୟ, ମଧୁସ୍ମିତା ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ ରୂପେ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ