କେନ୍ଦ୍ରାପଡା ମହାବିଦ୍ୟାଳୟରେ ଜାତୀୟ ସେବାସଂସ୍ଥା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବାସଂସ୍ଥା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ କରିବା ସହିତ ମହାବିଦ୍ୟାଳୟ ପରିସରକୁ ସ୍ୱଛ ରଖିବାକୁ ପରାମର୍ଶ ଦେଇଥିଲେ । ଜାତୀୟ ସେବାସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ସେବାସଂସ୍ଥାର ସ୍ୱେଛାସେବୀମାନେ ମହାବିଦ୍ୟାଲୟ ପରିସରକୁ ସଫେଇ କରିବା ସହ ବୃକ୍ଷରୋପଣ କରିଥିଲେ । ବରିଷ୍ଠ ଅଧ୍ୟାପକ ଡଃ. ଜ୍ଞାନେନ୍ଦ୍ର ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କୁ “ସେବା ହିଁ ପରମ ଧର୍ମ” ର ମହତ୍ୱ ସମ୍ପର୍କରେ ପ୍ରଫେସର ବେହେରା ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଅଶୋକ କୁମାର ଦାସ, ଗୈାର ପ୍ରସାଦ ଷଡଙ୍ଗୀ, ସେକ ହବିବ୍‌, ରଞ୍ଜିତ ଦାସଙ୍କ ସମେତ ଜାତୀୟ ସେବାସଂସ୍ଥାର ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ