କେନ୍ଦ୍ରାପଡା ମହାବିଦ୍ୟାଳୟରୁ ନୂତନ ଏସି ଚୋରୀ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏ.ସି. ଚୋରୀ ହୋଇଥିବା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷଙ୍କ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପାଇବା ପରେ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଇ କଲେଜରେ ଦୀର୍ଘଦିନ ଧରି କାମକରୁଥିବା ଜଣେ ଇଲେକ୍ଟ୍ରୀସିଆନକୁ ଗିରଫ କରାଯିବା ସହ ତାଙ୍କ ଠାରୁ ଚୋରୀ ଯାଇଥିବା ଏସି ଟିକୁ ପୋଲିସ ଜବତ କରିଛି । ଗିରଫ ହୋଇଥିବା ଇଲେକ୍ଟ୍ରୀସିଆନଙ୍କୁ ପୋଲିସ ପଚରାଉଚୁରା କରିବା ପରେ ସଂପୃକ୍ତ ଇଲେକ୍ଟ୍ରୀସିଆନ ପୋଲିସକୁ କହିଥିଲେ ଯେ ତାଙ୍କୁ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ରଞ୍ଜିତ କୁମାର ଦାସ ଏହି ଏସି ନେବାକୁ କହିଥିବାରୁ ସେ ମହାବିଦ୍ୟାଳୟରୁ ସେହି ନୂତନ ଏସିଟି ନେଇଛନ୍ତି । ପୂର୍ବରୁ ମଧ୍ୟ ସଂପୃକ୍ତ ଇଲେକ୍ଟ୍ରୀସିଆନ ଏଭଳି ବହୁ ଜିନିଷ କଲେଜରୁ ସେହି ଅଧ୍ୟାପକଙ୍କ କଥାରେ ନେଇଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି । ପୋଲିସ ଚୋର ଠାରୁ ଏସବୁ ଶୁଣିବା ପରେ ସଂପୃକ୍ତ ଅଧ୍ୟାପକଙ୍କୁ ଆଜି ଅପରାହ୍ନରୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ସୂଚନା ଦେଇଛନ୍ତି । ଏହାବ୍ୟତିତ କଲେଜରେ ନିୟୋଜିତ ସ୍ଥ୍ୟାନୀୟ ଗୁଲନଗର ଗ୍ରାମର ଅନ୍ୟ ଜଣେ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । କିନ୍ତୁ ତଦନ୍ତ ଦୃଷ୍ଟିରୁ ଚୋରର ନାମ ପ୍ରକାଶ କରିବାକୁ ଥାନାଅଧିକାରୀ ଶ୍ରୀ ସାହୁ ମନାକରିଦେଇଛନ୍ତି । ଥାନାରେ ଅଟକଥିବା ଅଧ୍ୟାପକ ଜଣଙ୍କୁ ଥାନାରୁ ମୁକୁଳାଇବାକୁ ପୋଲିସ ଉପରେ ବହୁ ଚାପ ପକାଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ