କେନ୍ଦ୍ରାପଡା ମହାବିଦ୍ୟାଳୟରେ ଆଡମିଶନ ଫି ୧୫ପ୍ରତିଶତ ହ୍ରାସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷରେ ଏବଂ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ ଆଡମିଶନ ଫି’ବୃଦ୍ଧିକୁ ନେଇ ଗତ କିଛି ଦିନ ଧରି ବିଭିନ୍ନ ଛାତ୍ର ସଂଗଠନ ସମେତ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବିରୋଧ ହୋଇଆସୁଥିଲା । ଏହି ଆଡମିଶନ ଫି’ ମାତ୍ରାଧିକ ବୃଦ୍ଧି ହୋଇଥିବା ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ସମେତ କଲେଜର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହି ଘଟଣା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଘଟଣାରେ ହସ୍ତକ୍ଷେପ କରି କେନ୍ଦ୍ରାପଡା ମହାବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଆଡମିଶନ ଫି’ ହ୍ରାସ କରିବାକୁ ନିର୍ଦେଶ ଦେଇଥିଲେ । ଫଳରେ କେନ୍ଦ୍ରାପଡା କଲେଜ ପକ୍ଷରୁ +୨ ଓ +୩ ପ୍ରଥମ ବର୍ଷ ଆଡମିଶନ ଫି’ରେ ୧୫ପ୍ରତିଶତ ହ୍ରାସ କରାଯାଇଥିବା କଲେଜ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହିତ ସମସ୍ତଙ୍କ ଅବଗତି ନିମନ୍ତେ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି । ଏହି ଆଡମିଶନ ଫି’ ହ୍ରାସ ପାଇବା ଘଟଣାକୁ ସମସ୍ତ ଛାତ୍ର ସଂଗଠନ ଗୁଡିକ ସମେତ ପ୍ରଦେଶ କଂଗ୍ରେସ କମିଟି ଓବିସି ସେଲର ଆବାହକ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର, ପୁରାତନ ଛାତ୍ର ରାଜେଶ ପଣ୍ଡା, ପରମାନନ୍ଦ ମହାରଣା, ବିଶ୍ୱଜିତ ଦାସ ପ୍ରମୁଖ ସ୍ୱାଗତ କରିଥିବା କହିଛନ୍ତି । ଏହି ଆଡମିଶନ ଫି’ ହ୍ରାସ କରାଯିବା ଦ୍ୱାରା ଗରିବ ଛାତ୍ରାଭିଭାବକମାନେ ଉପକୃତ ହୋଇପାରିବେ ବୋଲି ପୁରାତନ ଛାତ୍ରମାନେ ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ