କେନ୍ଦ୍ରାପଡା ମହାବିଦ୍ୟାଳୟରେ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଇଣ୍ଡକସନ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଇଣ୍ଡକସନ ସଭା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କ ଉଦେଶ୍ୟରେ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି ସଭାରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭ୍ୟ ପ୍ରଫେସର ଡଃ. ସେକ ସମସୁର, ପ୍ରଫେସର ଅଜୟ କୁମାର ସାମଲ, ପ୍ରାକ୍ତନ ପ୍ରାଧ୍ୟାପକ ଡଃ. ଅନ୍ତରାମ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନୂତନ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମଧ୍ୟରେ ଲୁଚି ରହିଥିବା ଦକ୍ଷତା ଓ ସୃଜନଶୀଳତାକୁ ପରିପ୍ରକାଶ କରିବା ସହିତ ସକରାତ୍ମକ ଚିନ୍ତାଧାରା ନେଇ ଅଧ୍ୟୟନ ରତ୍ତ ରହିଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ବକ୍ତବ୍ୟ ରଖିଥିଲେ । ସଭାରେ ସେଲଫ ଫାଇନାନସିଂ ପିଜି କୋର୍ସର ନିର୍ଦେଶକ ଡଃ. ସଞ୍ଜିବ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇ.କ୍ୟୁ.ଏ.ସି. ସଂଯୋଜକ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ ମହାବିଦ୍ୟାଳୟର ପାଠପଢା ଶୈଳୀ ଓ ଗାରିମା ବିଷୟରେ ଆଲୋକପାତ କରିଥିଲେ । ଉପ ନିର୍ଦେଶକ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ୟାପଟେନ ସୀମା ମହାନ୍ତି ସଭା ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡଃ. ପ୍ରଭାକର ମଲ୍ଲିକ, ଅଶୋକ କୁମାର ଦାସ, ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ଡଃ. ଦେବକାନ୍ତ ଷଡଙ୍ଗୀ, ପ୍ରଶାନ୍ତ ସାହୁ, ସୁବ୍ରତ ପାତ୍ର ଓ ନବାଗତ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ ।