କେନ୍ଦ୍ରାପଡା ରେ ହେବ ମହାଲଢେଇ

କେନ୍ଦ୍ରାପଡାରେ ହେବ ବୈଜୟନ୍ତ ଓ ଅନୁଭବଙ୍କ ମଧ୍ୟରେ ଲଢେଇ । ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ବିଜେଡିରୁ ବିଦା ହେବାପରେ ବୈଜୟନ୍ତ ବିଜେପିରେ ସାମିଲ ହୋଇଥିଲେ । ତେଣୁ ବୈଜୟନ୍ତଙ୍କ ବିରୁଦ୍ଧରେ କିଏ ଲଢ଼ିବ ତାହାକୁ ନେଇ ଜୋରଦାର ଚର୍ଚା ହେଉଥିବାବେଳେ ବୈଜୟନ୍ତଙ୍କ ବିରୁଦ୍ଧରେ ଲଢ଼ିବାପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ।
ମିଶନଶକ୍ତି କାର‌୍ୟ୍ୟକ୍ରମ ଦିନ ମୁଖ୍ୟମନ୍ତ୍ରୀଙ୍କ ସହ ଅନୁଭବ ଥିଲେ । ସେହିଦିନଠାରୁ କେନ୍ଦ୍ରାପଡାରେ ନିର୍ବାଚନ ଲଢ଼ିବାପାଇଁ ମୂଳଦୁଆ ପକାଇଥିଲେ ଅନୁଭବ । ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ଅନୁଭବ ଓ ବୈଜୟନ୍ତଙ୍କ ଲଢେଇ କେନ୍ଦ୍ରାପଡା ରାଜନୀତିକୁ ସରଗରମ କରିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ