କେନ୍ଦ୍ରାପଡା ରୟାଲ ଡ୍ୟାନ୍ସ ଏକାଡେମୀରେ ଗୁରୁଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ ): କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନ ରୟାଲ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମ ଦିବସ ତଥା ଗୁରୁଦିବସ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି । ଗୁରୁଶିଷ୍ୟର ପବିତ୍ର ସମ୍ପର୍କର ପରମ୍ପରାକୁ ଉଦଜୀବିତ କରି ରଖିବା ଉଦେଶ୍ୟରେ ପ୍ରତିବର୍ଷ ଏହି ଦିବସକୁ ଏକାଡେମୀ ପକ୍ଷରୁ ପାଳନ କରାଯାଇଥାଏ । ଏହି ଅବସରରେ ଏକାଡେମୀର ଛାତ୍ରଛାତ୍ରୀମାନେ ସ୍କୁଲର ପ୍ରତିଷ୍ଠାତା ମହେଶ କୁମାର ପାଢୀ ଏବଂ ଓଡିଶୀ ନୃତ୍ୟସଂଗୀତର ଗୁରୁମା ସିପ୍ରାରାଣୀ ଦେହୁରୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆର୍ଶ୍ରିବାଦ ଭିକ୍ଷା କରିଥିଲେ । ଉଭୟ ଗୁରୁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଏକାଡେମୀର ଛାତ୍ରଛାତ୍ରୀ ଓ ଛାତ୍ରାଭିଭାବକମାନେ ଯୋଗଦେଇଥିଲେ ।