କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ବିଦ୍ୟାଳୟ ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ କର୍ମଶାଳା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମୋ ସ୍କୁଲ ଅଭିଯାନ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ବିଦ୍ୟାଳୟ ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବିଦ୍ୟାଳୟର ବାର୍ଷିକ ଛାତ୍ରଛାତ୍ରୀ ସଂଖ୍ୟା, ବୋର୍ଡ ପରୀକ୍ଷା ଫଳାଫଳ, କାର୍ଯ୍ୟରତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା, ଖାଲି ପଡିଥିବା ପଦବୀ ସଂଖ୍ୟା, ସ୍ମାର୍ଟ କ୍ଲାସ, ସ୍କୁଲ ଗୃହର ପୁର୍ନବିନ୍ୟାସ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ନୂତନ ସଭା ଗୃହ ନିର୍ମାଣ ଓ ସର୍ବୋପରି ବିଦ୍ୟାଳୟର ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ ବିଷୟ ଗୁଡିକ ଉପରେ ପ୍ରସ୍ତାବ ଆଗତ ସହିତ ଆଲୋଚନା ଓ ବିଚାରବିମର୍ଷ କରାଯାଇଥିଲା । ଏହି ବିଦ୍ୟାଳୟକୁ ରାଜ୍ୟ ସରକାର ଶ୍ରେଷ୍ଠ ବିଦ୍ୟାଳୟ ତଥା ଫୋକସ ସ୍କୁଲ ଭାବରେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରାଯାଇଥିଲା । ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ପ୍ରଧାନଶିକ୍ଷକ ଉପେନ୍ଦ୍ର ନାଥ ସ୍ୱାଇଁ କର୍ମଶାଳାରେ ବିଦ୍ୟାଳୟର ରୂପରେଖ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ମୁଖ୍ୟ ଉଦେଶ୍ୟ ଓ ଆଗାମୀ ବର୍ଷର କାର୍ଯ୍ୟପନ୍ଥା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । କର୍ମଶାଳାରେ ଉପସ୍ଥିତ ଅବସରପ୍ରାପ୍ତ ପ୍ରଶାସକ ଅମିୟ କୁମାର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ଡା. ସରୋଜକାନ୍ତ କାନୁନଗୋ, ପୁରାତନ ଛାତ୍ର ସଂସଦର ସଭାପତି ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ଶିକ୍ଷାବୀତ ହେମନ୍ତ ଜେନା, ବଳରାମ ମହାନ୍ତି, ସମ୍ପାଦକ ଚିତ୍ତରଞ୍ଜନ ଭଗତ, ସୟଦ ଅକମଲ ଅଲ୍ଲୀ, ଆଇନଜୀବି ଦେବଦାସ ମହାନ୍ତି, ସରୋଜାଜ ସିଂ, ଶିକ୍ଷକ ଶିବ ପ୍ରସାଦ ନାୟକ, ଅନିସୁଦ୍ଦିନ ଖାଁଙ୍କ ସମେତ ବହୁ ପୁରାତନ ଛାତ୍ର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟ ପାଇଁ ଭିଜନ -୨୧ ଶୀର୍ଷକ ଏକ ୧୨ଜଣିଆ କମିଟି ଗଠନ କରାଯିବାକୁ ପ୍ରାକ୍ତନ ପ୍ରଶାସକ ଶ୍ରୀ ମହାନ୍ତି ଦେଇଥିବା ପ୍ରସ୍ତାବକୁ ଗୃହିତ କରାଯାଇଥିଲା । ଗତ ୧୮୬୩ମସିହାରେ ସ୍ଥାପିତ ଜିଲ୍ଲାର ସର୍ବପୁରାତନ ତଥା ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଏହି ବିଦ୍ୟାଳୟର ସର୍ବାଙ୍ଗିନ ବିକାଶ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିନିମନ୍ତେ ଏକ ପାଇଲଟ ପ୍ରକଳ୍ପ ପ୍ରସ୍ତୁତି କରାଯାଇ ଆସନ୍ତା ଫେବୃୟାରୀମାସ ୨୧ତାରିଖରେ ପରବର୍ତ୍ତୀ ବୈଠକ ବସିବାକୁ ନିଷ୍ପତ୍ତି ନିଆଗଲା । ଏହି ମହାସ୍ରୋତରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ମୋ ସ୍କୁଲ ଅଭିଯାନକୁ ଆଗକୁ ବଢିବାରେ ମତାମତ ପ୍ରଦାନ ପାଇଁ ପ୍ରଧାନ ଶିକ୍ଷକଙ୍କ ହ୍ୱାଟସଅପ ନମ୍ବର – ୯୪୩୭୩୧୫୩୯୬ ରେ ପଠାଇବାକୁ ପରାମର୍ଶ ଦିଆଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ