କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାମ୍ବାଧାନିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାମ୍ବିଧାନିକ ସମ୍ମିଳନୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦର ସଭାପତି ତ୍ରୈଲୋକ୍ୟନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ବିଦ୍ୟାଳୟର ପୁରାତନ ସ୍ମୃତିକୁ ସାଉଁଟିବା ଓ ନିଜ ନିଜ ଭିତରେ ବାଣ୍ଟିବା ପାଇଁ ଛାତ୍ର ସଂସଦର ଏହି କାର୍ଯ୍ୟକ୍ରମ ଏକ ସୁଯୋଗ ଦେଇଥାଏ ବୋଲି ମୁଖ୍ୟ ଅତିଥି କହିଥିଲେ । ୧୮୬୩ ମସିହାରେ ପ୍ରତିଷ୍ଠିତ ଏହି ସର୍ବପୁରାତନ ବିଦ୍ୟାଳୟ ବହୁ ସ୍ମୃତିକୁ ବହନ କରୁଥିବା ବେଳେ ଏହାକୁ ଏକ ଫୋକସ ସ୍କୁଲ ଭାବେ ଗ୍ରହଣ କରାଯାଇଛି ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏହାକୁ ଏକ ଆଦର୍ଶ ତଥା ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟ ଭାବରେ ଗଢିତୋଳିବାକୁ ସମସ୍ତ ସାହାଯ୍ୟ ଓ ସହଯୋଗ ବିଧାୟକ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ପ୍ରାକ୍ତନ ନିର୍ଦେଶକ ତଥା ପୁରାତନ ଛାତ୍ର ଡଃ. ଅମୀୟ କୁମାର ମହାନ୍ତି, ଲେଖିକା ଡଃ. ବୀଣାପାଣି ସିଂ, ପ୍ରାପ୍ତନ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଡଃ. ସେକ ସମସୁର, ଆଇନଜୀବୀ ଗୈାରପ୍ରସାଦ ମହାପାତ୍ର, ଆମେରିକାସ୍ଥିତ ଆଲସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ଡା. ବିଶ୍ୱ ପ୍ରକାଶ କାନୁନଗୋ ଯୋଗଦେଇ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ପ୍ରତ୍ୟେକ ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହଯୋଗ ବିଦ୍ୟାଳୟକୁ ପ୍ରଦାନ କରିବାକୁ ନିବେଦନ କରିଥିଲେ । ଛାତ୍ରସଂସଦ ସମ୍ପାଦକ ଚିତ୍ତରଞ୍ଜନ ଭଗତ ବାର୍ଷିକ ବୀବରଣୀ ପାଠ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ସଂସଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଂସଦର ସଭାପତି ଡଃ. ଅମୀୟ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ବିମଳ ଚନ୍ଦ୍ର ପତି, ସମ୍ପାଦକ ଚିତ୍ତରଞ୍ଜନ ଭଗତ, ଯୁଗ୍ମ ସମ୍ପାଦକ ସେକ ନିଜାମୁଦ୍ଦିନ, କୋଷାଧ୍ୟକ୍ଷ ବଳରାମ ମହାନ୍ତି, କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ରାଖାଲ ଚନ୍ଦ୍ର ସାମନ୍ତ, ସୟଦ ମହମ୍ମଦ ଜାହିଦ, ସୟଦ ଅକମଲ ଅଲ୍ଲୀ, ଡା, ଜନାର୍ଦନ କର, ଅଭିମନ୍ୟୁ ତ୍ରିପାଠୀଙ୍କୁ ନିର୍ବାଚିତ କରାଯାଇଥିବା ବେଳେ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବରେ ଡଃ. ବଳରାମ ପତ୍ରୀଙ୍କୁ ଗ୍ରହଣ କରାଯାଇଥିଲା । ଉପଦେଷ୍ଟା ଭାବରେ ଡା. ବିଶ୍ୱପ୍ରକାଶ କାନୁନଗୋ ଏବଂ ଆଇନଜୀବି ଗୈାରପ୍ରସାଦ ମହାପାତ୍ରଙ୍କୁ ନିଆଯାଇଥିଲା । ଶେଷରେ ସୟଦ ଅକମଲ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ