କେନ୍ଦ୍ରାପଡା ସହରରେ ପୁଣି ୪ କରୋନା ପଜିଟିଭ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରରେ ପୁଣି ୪ କରୋନା ପଜିଟିଭ ବାହାରିଥିବା ସୂଚନା ମିଳିଛି । ସହରରେ ପୁରୁଣାବସଷ୍ଟାଣ୍ଡ ସନିକଟସ୍ଥ ଏକ ଗ୍ରାମରେ ନିକଟରେ ମୃତ୍ୟୁବରଣ କରିଥିବା ଜନୈକ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ପରୀକ୍ଷା କରାଯିବାରେ ୪ଜଣଙ୍କର କରୋନା ପଜିଟିଭ ବାହାରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ସଂପୃକ୍ତ ମୃତବ୍ୟକ୍ତିଙ୍କ ପତ୍ନୀଙ୍କୁ ଗୃହସଙ୍ଗରୋଧରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ଛତା କୋଭିଡ ହସପିଟାଲକୁ ପଠାଯାଇଥିବା ପୋରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ