କେନ୍ଦ୍ରାପଡା ସହରରେ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପବିତ୍ର ମହାବିଷୁବ ସଂକ୍ରାନ୍ତୀ, ଓଡିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ଶୁକ୍ରବାର କେନ୍ଦ୍ରାପଡା ସହରରେ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀବଳଦେବଜୀୟୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀଜୀୟୁଙ୍କ ରଥଦାଣ୍ଡରୁ ଏହି ଶୋଭାଯାତ୍ରା ବାହାରି ତିନିମୁହାଣିସ୍ଥିତ ଶ୍ରୀରାମ ମନ୍ଦିରରେ ପହଞ୍ôଚଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲାର କୋଣଅନୁକୋଣରୁ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇଥିବା ଦେଖାଯାଇଥିଲା । ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ଅପରାହ୍ନରେ ଏହି ଶୋଭାଯାତ୍ରା ରଥଦାଣ୍ଡରୁ ବାହାରି ପ୍ରାୟ ୪ଟା ସମୟରେ ଶ୍ରୀରାମମନ୍ଦିର ପରିସରରେ ପହଞ୍ôଚଥିଲା । ଏହି ଶୋଭାଯାତ୍ରା ରଥଦାଣ୍ଡରୁ ବାହାରି ଅଗ୍ନିଶମ ବିଭାଗ ଛକ, ସାନ ମଙ୍ଗଳା ଛକ, ସାନ୍ତସାହି, ମଢିଆଳ ବଜାର, ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟ ଛକ, ବାଲାବାବା ଛକ, ନୁଆବସଷ୍ଟାଣ୍ଡ, ନୃସିଂହ ଟିକିରି ମଠଛକ ଦେଇ ଅପରାହ୍ନ ପ୍ରାୟ ୪ଟାରେ ତିନିମୁହାଣୀସ୍ଥିତ ଶ୍ରୀରାମମନ୍ଦିର ପରିସରରେ ପହଞ୍ôଚଥିଲା । ଏହି ସବୁ ଛକରେ ସ୍ୱେଚ୍ଛାସେବୀମାନେ ଶୋଭାଯାତ୍ରାକାରୀଙ୍କୁ ପଣା, ଥଣ୍ଡାପାଣି ପ୍ରଭୃତି ଦେଇ ସେମାନଙ୍କ ଶୋଷ ମେଣ୍ଟାଉଥିବା ଦେଖିବାକୁ ମିଳିଥିଲା । ପୁରୁଣା ବସଷ୍ଟାଣ୍ଡରେ ଭିନ୍ନ ସମ୍ପ୍ରଦାୟର ଲୋକମାନେ ଶୋଭାଯାତ୍ରାକାରୀଙ୍କୁ ପାନୀୟ ବିତରଣ କରି ସହରରେ ଭାଇଚାରାର ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ । ୱାର୍ଡ କାଉନସିଲରମାନେ ମଧ୍ୟ ଶୋଭାଯାତ୍ରାକାରୀମାନଙ୍କୁ ବିଭିନ୍ନ ଛକରେ ପଣା ଏବଂ ପାନୀୟ ଜଳ ବିତରଣ କରୁଥିବା ଦେଖିବାକୁ ମିଳିଥିଲା । ବିଶ୍ୱହିନ୍ଦୁ ପରିଷଦର ପୂର୍ବ ପଶ୍ଚିମ ମୂଖ୍ୟ ହରିଶ ଚନ୍ଦ୍ର ପ୍ରଧାନ,ପ୍ରଭାତ ତ୍ରିପାଠୀ, ଜିଲ୍ଲା ସମ୍ପାଦକ ଧିରେନ୍ଦ୍ର ସାମଲ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବାନାମ୍ବର ସାହୁ, ସହ ସମ୍ପାଦକ ଚିତ୍ତରଞ୍ଜନ ଖୁଣ୍ଟିଆ, ସ୍ମୃତି ଅନୁପମ ସେଠୀ, ଜିଲ୍ଲା ବଜରଙ୍ଗ ଦଳର ହିମାଂଶୁ ଦାସ, ଜିଲ୍ଲା ସଂଯୋଜକ ସତ୍ୟପ୍ରିୟ ଜେନା, ରାଜକିଶୋର ନାୟକ, ଅକ୍ଷୟ କୁମାର ସେନାପତି, ନିରଞ୍ଜନ ସୁଆର, ଧର୍ମଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ବିବେକା ନନ୍ଦ ମହାରଣା, ଭାଗଗ୍ରାହୀ ସିଂ, ପ୍ରଭାତ ଦାସ, ଗୋରକ୍ଷା ପ୍ରମୁଖ ସୁକାନ୍ତ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଏହି ବିରାଟ ଶୋଭାଯାତ୍ରା ପରିଚାଳିତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଜଣେ ଅତିରିକ୍ତ ଏସପି, ୬ଡିଏସପି,୧୪ ଇନିସ୍ପେକ୍ଟର, ୨୫ସବ-ଇନିସ୍ପେକ୍ଟର, ୧୨୭ କନେଷ୍ଟବଳ ଏବଂ ୧୦ପ୍ଲାଟୁନ ପୋଲିସ ଫୋର୍ସ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ନିୟୋଜିତ ହୋଇଥିଲେ ।


