କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ମେଗା ରକ୍ତଦାନ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):“କେନ୍ଦ୍ରାପଡା ସାଇକେଲ କ୍ଲବ”ର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ସୈାଭାଗ୍ୟ ମଣ୍ଡପ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସ୍ୱେଛାକୃତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ବୀରେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ରକ୍ତଭଣ୍ଡାରର କର୍ମଚାରୀମାନଙ୍କ ସହଯୋଗରେ ୧୨୦ୟୁନିଟ ରକ୍ତ ଏହି ଶିବିରରୁ ସଂଗୃହିତ ହୋଇଥିଲା । ଏହି ଅବସରରେ ସମାଜସେବୀ ମୃଣାଳକାନ୍ତ ନାୟକଙ୍କୁ ‘ଆରୋହୀ ସେବା ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା । କଟକସ୍ଥିତ ‘ବାରବାଟୀ ସାଇକ୍ଲିଷ୍ଟ ଆଣ୍ଡ ଆଡଭେଂଚର କ୍ଲବ’ ର ଏକ ୧୫ଜଣିଆ ଟିମ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ସାଇକେଲ ଚାଳନା କରି କଟକରୁ ଆସି ଶିବିରରେ ପହଁଚି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବିଭୂତି ମହାନ୍ତି ଓ ଶ କ୍ଷୀରୋଦିନୀ ନାୟକଙ୍କ ପକ୍ଷରୁ ଝୋଟି ପ୍ରସ୍ତୁତ କରାଯାଇଥିଲା । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟମାନେ ଯୋଗଦେଇ ରକ୍ତଦାନ କରିଥିଲେ । ଶିବିରକୁ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ସାମ୍ବାଦିକ ମାତୃଦତ୍ତ ମହାନ୍ତି, ସନ୍ତୋଷ ପୋଥାଳ, ଜ୍ଞାନ ଦାସ, ବିଶ୍ୱକାନ୍ତ ବିଶ୍ୱାଳ, ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ ନାୟକ, ଭଜନ ସୁତାର, ନିର୍ମଳ ଭଦ୍ର, ତ୍ରିଲୋଚନ ବେହେରା, ସୁଶାନ୍ତ ନାୟକ, ରାକେଶ ବଳ, ପଙ୍କଜ ସିହ୍ନା, ସରୋଜ ରାଉତ ଓ ମହେଶ ପାଢୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ