କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଓ କେନ୍ଦ୍ରାପଡା ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ସ୍ୱଚ୍ଛଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ନେତୃତ୍ୱରେ କଲେଜ ପରିସର ସଫା କରିବା ସହିତ ଉଦୟନଗରସ୍ଥିତ କେନ୍ଦ୍ରାପଡା ପୈାରସଂସ୍ଥା କଲ୍ୟାଣମଣ୍ଡପ କୋଭିଡ ଟୀକା କେନ୍ଦ୍ର, ତିନିମୁହାଣି ରାମ ମନ୍ଦିର ଓ ନୂଆ ବସ୍‌ଷ୍ଟାଣ୍ଡ ପରିସରକୁ ସଫେଇ କରି ଅଳିଆ ଆବର୍ଜ୍ଜନାକୁ ପରିଷ୍କାର କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ମଧୁସୁଦନ କାମିଲା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟତମ ଅଧିକାରୀ ଗିରିଜାକାନ୍ତ ଦାଶ ଓ ନେହେରୁ ଯୁବକେନ୍ଦ୍ରର ସଦସ୍ୟ ଲକ୍ଷ୍ମୀକାନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ