କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନେହେରୁ ଯୁବ କେନ୍ଦ୍ର ଏବଂ କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ମଧୁସୁଦନ କାମିଲା, ସମ୍ମାନୀତ ଅତିଥି ଭାବେ କେ.ଆଇ.ଇ.ଟି.ଅଧ୍ୟକ୍ଷ ପ୍ରଭାତ କୁମାର ଦାସ, ପ୍ରାକ୍ତନ ଜାତୀୟ ସେବା ଯୋଜନା ଜିଲ୍ଲା ଅଧିକାରୀ ଶିଶିରକାନ୍ତ ମହାପାତ୍ର, ମୁଖ୍ୟବକ୍ତା ଭାବରେ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରମୋଦ କୁମାର ମହାରଣା, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଗୋଲି ତିରୁପତୀ ରେଡୀ ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିବା ସହ ଯୁବଶକ୍ତି ହେଉଛି ଦେଶର ଶକ୍ତି ବୋଲି କହିଥିଲେ । ନେହେରୁ ଯୁବକେନ୍ଦ୍ରର ଲକ୍ଷ୍ମୀକାନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱେଛାସେବୀ ସାହେବ ପ୍ରଧାନ, ଶଶିପ୍ରସାଦ ମହାରଣା, ନିଶିକାନ୍ତ ସ୍ୱାଇଁ, ସେହନୱାଜ ପରୱିନ, ନମିତା ମହାରଣା, ରାଜେନ୍ଦ୍ର ଲେଙ୍କା ଓ ଲକ୍ଷ୍ମୀସାଗର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ନେହେରୁ ଯୁବକେନ୍ଦ୍ର, ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ କେ.ଆଇ.ଇ.ଟି.ର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ