କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି, ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପକ ଶିଶିର କାନ୍ତ ମହାପାତ୍ର ଓ ଜିଲ୍ଲା କାର୍ଯ୍ୟକାରୀ ଅଧିକାରିଣୀ ପଦ୍ମଜାକବି ଶତପଥୀଙ୍କୁ ସମ୍ମାନଜନକ “ରାଜ୍ୟ ସ୍ତରୀୟ ସେବା ରତ୍ନ”ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସହିତ ଜାତୀୟ ସେବା ଯୋଜନାର ସ୍ୱେଛାସେବୀ ଶ୍ରୀଧର ଦାସ, ସୁଜିତ କୁମାର ରାଉତ, ବିକାଶ ମଳିକ, ପ୍ରଭାତ ବେହେରା, ରାଜେନ୍ଦ୍ର ଲେଙ୍କା, ଶଶୀ ପ୍ରସାଦ ମହାରଣା, ମୀରା ମୈାସୁମୀ ଜେନା, ସୈାମ୍ୟରଞ୍ଜନ ମିଶ୍ର, ଶୁଭଶ୍ରୀ କର, ପୂଜାରାଣୀ ଦାସ, ବର୍ଷାରାଣୀ ସାହୁ, ସେହେନାଜ ପରୱିନ, ସୁଷମା ନାୟକ, ସୁଧାରାଣୀ ସାହୁ, ତପସ୍ୱିନୀ ସ୍ୱାଇଁ ଓ ମନସ୍ୱିନୀ ମହାପାତ୍ର ପ୍ରମୁଖଙ୍କୁ ସମ୍ମାନଜନକ “ରାଜ୍ୟ ସ୍ତରୀୟ ସେବା ନିଧି ସମ୍ମାନ” ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ କଟକର କର୍ମବୀର ଗୈାରୀଶଙ୍କର ଟାଉନହଲ ପରିସରରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଏବଂ ରାଉରକେଲାର ଅଗ୍ନିସ୍ପୁଲିଙ୍ଗ, ପୂଜ୍ୟପୂଜା ପରିଷଦ, କଟକ ଓ ଚିନ୍ମୟ ସାହିତ୍ୟ ସଂସଦ, କଟକର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୪୭ତମ ରାଜ୍ୟ ସ୍ତରୀୟ ସାରସ୍ୱତ ସମ୍ବର୍ଦ୍ଧନା ସମାରୋହରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିସାର ଲବ୍ଧ ପ୍ରତିଷ୍ଠିତ ବହୁ ବିଜ୍ଞ, ପ୍ରାଜ୍ଞବ୍ୟକ୍ତିମାନେ ଉପସ୍ଥିତ ଥିଲେ ।


