କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବାଣିଜ୍ୟ ବିଭାଗ ପକ୍ଷରୁ ‘ଏକବିଂଶ ଶତାବ୍ଦୀରେ ଆମ ବାଣିଜ୍ୟ ବ୍ୟବସାୟର ପରିବର୍ତ୍ତିତ ରୂପ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ଅରୁଣାଞ୍ଚଳ ବିଶ୍ୱବିଦ୍ୟାଳୟର ପ୍ରଫେସର ସଞ୍ଜିବ କୁମାର ଜେନା ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରି କହିଥିଲେ ଯେ ଆତ୍ମନିର୍ଭରଶୀଳତା ଉପରେ ଗୁତୁତ୍ୱ ଆରୋପ କରାଯିବା ସହ ଆମର ସମସ୍ତ ନିଷ୍ପତ୍ତି ଲୋକାଭିମୁଖୀ ହେବା ଆବଶ୍ୟକ । ଆମର ସମସ୍ତ ଯୋଜନା ସତ୍ତ୍ୱେ ସମାଜରୁ ଅସମତା ଓ ଦାରିଦ୍ର‌୍ୟ ହଟିବାର ନାଁ ଧରୁନି । ଆମ ଭୋଗବାଦ ସଂସ୍କୃତିରେ ଆମେ ଭବିଷ୍ୟତ ବଂଶଧରଙ୍କ ପ୍ରତି ଅବିଚାର କରୁଛେ । ଆମ ବିକାଶ ପରିବେଶ ଅନୁକୂଳ ହେବା ଦରକାର । ଆଲୋଚନାଚକ୍ରର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱ ବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା କହିଥିଲେ ଯେ ଆମ ଅର୍ଥନୈତିକ ପରିବେଶିକ ଓ ସାମାଜିକ ଲକ୍ଷ୍ୟରେ ସମନ୍ୱୟ ଓ ସଂହତି ରହିଲେ ଆମର ଧାରଣ କ୍ଷମ ଏବଂ ସମନ୍ୱିତ ବିକାଶ ସମ୍ଭବ ହୋଇପାରିବ । ସଂପାନର ବିଷୟ ଉପସ୍ଥାପନ କରିଥିଲେ ଅଧ୍ୟାପକ ଡଃ. ସୁରେଶ ଚନ୍ଦ୍ର ଦାସ । ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ଜ୍ଞାନ ରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୁଣବତ୍ତା ନିଶ୍ଚିନ୍ତକରଣ ବିଭାଗ ସଂଯୋଜକ ଡଃ. ପ୍ରମୋଦ କୁମାର ଦାସ, ନାକ୍ ସଂଯୋଜକ ଡଃ. ଜ୍ଞାନୀନ୍ଦ୍ର ଦାଶ ଓ ୟୁଜିସି ସଂଯୋଜକ ଡଃ. ପ୍ରଭାକର ମଲ୍ଲିକ ପ୍ରମୁଖ ସଂପାନ ଉପରେ ବକ୍ତବ୍ୟ ରଖିଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟର ଡଃ. ସାବତ କୁମାର ଡିଗଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଡଃ. ରବିନ୍ଦ୍ର କୁମାର ସ୍ୱାଇଁ, ପ୍ରାଣନାଥ କଲେଜର ସମ୍ବିତ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବାଣିଜ୍ୟ ବିଭାଗର ୱାଇ. ପଦ୍ମାବତୀ, ଆର୍ଯ୍ୟସ୍ମିତା କର, ରଞ୍ଜିତା ଗଡସରା, ବିଭବ କୁମାର ମହାନ୍ତି ପ୍ରମୁଖ ଏହି ସଂପାନକୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା, ବାଣିଜ୍ୟ ବିଭାଗର ପୂର୍ବତନ ମୁଖ୍ୟ ଡଃ. ଗିରିଶ ପାତ୍ର, ଡଃ. କୈାଳାସ ଚନ୍ଦ୍ର ଲେଙ୍କା, ପ୍ରାଧ୍ୟାପକ ଗୋକୁଳ ଚନ୍ଦ୍ର ଜେନା, ପ୍ରାଧ୍ୟାପକ ତପନ କୁମାର ପତି, ରାମଚନ୍ଦ୍ର ପାତ୍ର, ରଞ୍ଜିତ କୁମାର ଦାସ, ଦେବେନ୍ଦ୍ର ଷଡଙ୍ଗୀ, ଡଃ. ଗୈାରପ୍ରସାଦ ଷଡଙ୍ଗୀ, ଅଶୋକ କୁମାର ଦାସ, ଡଃ. ରତ୍ନମଞ୍ଜରୀ ଦାସ ଓ ସମ୍ମାନ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଇଂରାଜୀ ବିଭାଗ ଅଧ୍ୟାପିକା ପୂର୍ବାସା ପ୍ରିୟଦର୍ଶିନୀ ଏହି ସଂପାନକୁ ସଂଚାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ