କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ କାରଗିଲ୍ ବିଜୟ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏନ୍‌.ସି.ସି. ବିଭାଗ ପକ୍ଷରୁ କାରଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦ୍‌ଘାଟନ କରି କାରଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦେଶପାଇଁ ସେହି ବୀର ଯବାନମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ସମ୍ପର୍କରେ ଅଭିଭାଷଣ ରଖି ଏନ୍‌.ସି.ସି. କ୍ୟାଡେଟ୍‌ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ବୀର ଜବାନମାନଙ୍କ ପଥକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଦିବସ ଉପଲକ୍ଷେ ଏନ୍‌.ସି.ସି. କ୍ୟାଡେଟ୍‌ମାନଙ୍କ ମଧ୍ୟରେ ରଚନା, ପୋଷ୍ଟର ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା କ୍ୟାଡେଟମାନଙ୍କୁ ଅଧ୍ୟକ୍ଷ ଶ୍ରୀ ବେହେରା ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ୫୦ ଜଣ କ୍ୟାଡେଟ ଅଂଶଗ୍ରହଣ କରିଥିଲେ । ଏନ୍‌.ସି.ସି (ବାଳକ ବିଭାଗ)ର ଆସୋସିଏଟ ଅଫିସର ମେଜର ମନୋରଞ୍ଜନ ମହାନ୍ତି ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ବୀର ଯବାନମାନଙ୍କ ଦେଶଭକ୍ତି ଓ ସାହସିକତା ଉପରେ ଆଲୋଚନା କରିଥିଲେ । ଏନ୍‌.ସି.ସି. (ବାଳିକା ବିଭାଗ)ର ଆସୋସିଏଟ୍ ଅଫିସର କ୍ୟାପ୍ଟେନ ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କ୍ୟାଡେଟମାନେ ପଦଯାତ୍ରା ଆରମ୍ଭ କରି କାରଗିଲ୍ ବିଜୟ ଦିବସ ଉପରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ଲକ୍ଷାଧିକ ଟଙ୍କା ବ୍ୟୟରେ କାରଗିଲ୍ ଯୁଦ୍ଧ ଭୂମିରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଥିବା ଟ୍ୟାଙ୍କଟିକୁ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ରଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ