କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡିଆ ବିଭାଗର ଜାତୀୟ ଆଲୋଚନାଚକ୍ର ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ଜାତୀୟ ଆଲୋଚନାଚକ୍ର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହରୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଅଧ୍ୟାପିକା ମନିଷାକାନ୍ତୀ ଜେନା, ଆଡମିନିଷ୍ଟ୍ରେଟିଭ ବର୍ସାର ମେଜର ମନୋରଞ୍ଜନ ମହାନ୍ତି, ଅଧ୍ୟାପକ ଅଚ୍ୟୁତ ମହାରଣା, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସଂଯୋଜକ ଡଃ. ପ୍ରଭାକର ମଲ୍ଲିକ, ଓଡିଆ ବିଭାଗର ଅଧ୍ୟାପକ ପ୍ରମୋଦ କୁମାର ବେହେରା, ଅଧ୍ୟାପିକା ସସ୍ମିତା ଅଧିକାରୀ, ଅଧ୍ୟାପକ ଅଜିତ କୁମାର ଦାସ, ଅଧ୍ୟାପକ ଶ୍ରୀକାନ୍ତ କୁମାର ଚାନ୍ଦ, ଅଧ୍ୟାପକ ଅମୀୟ ଜେନା ପ୍ରମୁଖ ଯୋଗଦେଇ ଜାତୀୟ ଆଲୋଚନାଚକ୍ରର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବେହେରା ସମସ୍ତ ପ୍ରସ୍ତୁତି ଉପରେ ସମୀକ୍ଷା କରିବା ସହିତ ଜାତୀୟ ଆଲୋଚନା ଚକ୍ରଟି କିଭଳି ସରସ,ସୁନ୍ଦର ଭାବରେ ସମ୍ପନ୍ନ ହୋଇପାରିବ ସେଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।