କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଷ୍ଟାଫ ଆସୋସିଏସନ ପକ୍ଷରୁ ସଭାପତି ତପନ କୁମାର ପତିଙ୍କ ପୈାରହିତ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ଉତ୍ସବରେ ଅତିଥିଭାବରେ ଯୋଗ ଦେଇଥିଲେ । କରୋନା ମହାମାରୀ ଯୋଗୁଁ ବିଗତ ତିନିମାସ ମଧ୍ୟରେ ଅବସର ନେଇଥିବା ପ୍ରାଧ୍ୟାପକ ବିଜୟ କୁମାର ଦାସ, ପ୍ରାଧ୍ୟାପିକା ସରୋଜିନୀ ମହାପାତ୍ର, ପ୍ରାଧ୍ୟାପକ ଡଃ. ପ୍ରଦୀପ୍ତ କିଶୋର ଦାଶ ଓ କାର୍ଯ୍ୟାଳୟର ବରିଷ୍ଠ ସହଯୋଗୀ ପଦ୍ମଚରଣ ପାଇକରାୟଙ୍କୁ ଉତ୍ତରୀୟ, ପୁଷ୍ପଗୁଛ, ଲେଖନୀ ଓ ବ୍ୟାଗ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଆସୋସିଏସନର ସମ୍ପାଦକ ରାମଚନ୍ଦ୍ର ପାତ୍ର, ଡଃ. ଦେବେନ୍ଦ୍ର ଗୋଛାୟତ, ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ, ଅଧ୍ୟାପିକା ପ୍ରଭାମୟୀ ସାମନ୍ତରାୟ ଓ କାର୍ଯ୍ୟାଳୟ ସହକାରୀ ନିରାକାର ଜେନାଙ୍କ ଭଳି ବିଦାୟୀ ବ୍ୟକ୍ତିତ୍ୱଙ୍କ କଲେଜ ଶୈକ୍ଷିକ ବ୍ୟବସ୍ଥା ଓ ପରିଚାଳନାରେ ସେମାନଙ୍କ ଅବଦାନ ସଂପର୍କରେ ସୂଚନା ଦେଇଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଡଃ. ପ୍ରଦୀପ୍ତ କିଶୋର ଦାଶ ଏହି ଅନୁଷ୍ଠାନ ନିକଟରେ ସେ ଚିର ଋଣୀ ଓ ଭବିଷ୍ୟତରେ ଏହାର ବିକାଶରେ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ । ସେହିପରି ଇଂରାଜୀ ବିଭାଗ ପ୍ରାଧ୍ୟାପକ ବିଜୟ କୁମାର ଦାସ ଏକଦା ଏଠାରେ ଛାତ୍ର ଥିଲେ ଏବଂ ଏଠାରେ ଶେଷବର୍ଷ ବ୍ୟୟିତ ହୋଇ ଥିବାରୁ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ । ସମାଜବିଜ୍ଞାନ ପ୍ରାଧ୍ୟାପକ ଏଠାରେ ଶିକ୍ଷାଗ୍ରହଣ କରିଥିଲେ ଓ ଚାକିରୀ ଜୀବନ ଏଠାରେ ବେଶ୍ ଚଳଚଞ୍ଚଳ ଥିଲା । କାର୍ଯ୍ୟାଳୟ ସହକାରୀ ପଦ୍ମଚରଣ ପାଇକରାୟ ପଦୋନ୍ନତି ପାଇଁ ଏଠାରେ ଦୁଇମାସ ବିତାଇଥିବାରୁ ଅନୁଷ୍ଠାନ ନିକଟରେ କୃତଜ୍ଞତା ବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା ସମେତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଷ୍ଟାଫ ଆସୋସିଏସନ ସହକାରୀ ସମ୍ପ।ଦକ ଅଧ୍ୟାପକ ଦେବେନ୍ଦ୍ର ଷଢଙ୍ଗୀ