କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବୃତ୍ତିଭିତିକ ପରାମର୍ଶ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡା – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ପୂର୍ବାହ୍ନରେ ଏକ ବୃତ୍ତିଭିତିକ ପରାମର୍ଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ଶିବିରର ସଂଯୋଜକ ମନୋଜ କୁମାର ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୃତ୍ତିଭିତିକ ପରାମର୍ଶ ପ୍ରଶିକ୍ଷଣ ଶିବିରକୁ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଉଦଘାଟନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ସମ୍ପର୍କରେ ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରର ମୁଖ୍ୟ ପରାମର୍ଶଦାତା ଭାବରେ ପ୍ରଭଞ୍ଜନ ମହାନ୍ତି ଓ ଅରବିନ୍ଦ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଷୟ ଭିତିକ ବୃତ୍ତି ଉପରେ ପରାମର୍ଶ ଓ ଦିଗଦର୍ଶନ ପ୍ରଦାନ କରିଥିଲେ । ପିଲାମାନଙ୍କ ନିମନ୍ତେ ଜାତୀୟ ସ୍ତରରେ ଉପଲବ୍ଧ ନିଯୁକ୍ତି ସୁଯୋଗ ଓ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗ ଶେଷ ବର୍ଷର ୨ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ କଲେଜର ସମସ୍ତ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଅଧ୍ୟାପକ ରଞ୍ଜିତ କୁମାର ଦାସ,ଡଃ.ପ୍ରଭାକର ମଲ୍ଲିକ,ପୂର୍ବାଶା ପ୍ରିୟଦର୍ଶିନୀ,ଡଃ.ବାସନ୍ତୀ ଶୁକ୍ଳା,ପ୍ରକାଶ ମଲ୍ଲିକ,ଅମର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ଅଶୋକ କୁମାର ଦାସ ଓ ଡଃ.ଗୈାର ପ୍ରସାଦ ଷଡଙ୍ଗୀ ଶିବିର ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ସଂଯୋଜକ ମନୋଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।