କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶୈକ୍ଷିକ ପରିଷଦ ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶୈକ୍ଷିକ ପରିଷଦ ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବ ଅଧିବେଶନର ବିବରଣୀକୁ ଅନୁମୋଦନ କରାଯିବା ସହ କାର୍ଯ୍ୟାନୁଷ୍ଠାନର ବିବରଣୀ ପ୍ରଦାନ କରାଯାଇଥିଲା । ଏଥିସହିତ ନୂତନ ବର୍ଷ ପାଇଁ ଶୈକ୍ଷିକ କ୍ୟାଲେଣ୍ଡର, ସିଲାବସ, ପରୀକ୍ଷକ ଓ ପ୍ରଶ୍ନ ପ୍ରସ୍ତୁତକାରୀମାନଙ୍କର ଏକ ତାଲିକା ଉପସ୍ଥାପନ କରାଯାଇଥିଲା । ଏହାବ୍ୟତିତ ଶୈକ୍ଷିକ ପରିବେଶରେ ଉନ୍ନତି, ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ ସହିତ ସମାଜରେ ଅଧିକରୁ ଅଧିକ ଯୋଗଦାନ, ପୁରାତନ ଛାତ୍ରମାନଙ୍କର ଅବଦାନରେ ଉନ୍ନତି , ଶୈକ୍ଷିକ ବାତାବରଣର ପୂର୍ବ ଗୈାରବକୁ ବଜାୟ ରଖିବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ଆସୋସିଏଟ ପ୍ରଫେସର ଡଃ. ପ୍ରବୋଧ କୁମାର ହୋତା, ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ଡଃ. ସ୍ମିତା ନାୟକ, ସ୍ନାତକୋତ୍ତର ଉଭିଦ୍ଦ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ଡଃ. ଚିନ୍ମୟ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ପୂର୍ବତନ ପଠାଣୀସାମନ୍ତ ପ୍ଲାନେଟୋରିୟମର ନିର୍ଦେଶକ ବୈଜ୍ଞାନିକ ଡଃ. ପ୍ରହଲାଦ ନାୟକ, ଡା. ବିଶ୍ୱ ପ୍ରକାଶ କାନୁନଗୋ, ଆଇନଜୀବୀ ଧିରେନ କୁମାର ସାହୁ, ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ସଂଯୋଜକ ଡଃ. ପ୍ରଭାକର ମଲ୍ଲିକ, ଆଭ୍ୟନ୍ତରୀଣ ଗୁଣବତ୍ତା ପରିଷଦର ସଂଯୋଜକ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ଦାସ, ବିଷୟ ବିଷାରଦ ବିଶ୍ୱରଞ୍ଜନ ପୁହାଣ, ଡଃ. ବାସନ୍ତୀ ଶୁକ୍ଳା, ୱାଇ. ପଦ୍ମାବତୀ, ଜ୍ଞାନୀନ୍ଦ୍ର ଦାଶ, ସଞ୍ଜୀବ ମହାନ୍ତି, ଗୈାର ପ୍ରସାଦ ଷଡଙ୍ଗୀ, ଦେବକାନ୍ତ ଷଡଙ୍ଗୀ, ସୁଚିସ୍ମୀତା ବେହେରା, ରଞ୍ଜିତ କୁମାର ଦାସଙ୍କ ସମେତ ମହାବିଦ୍ୟାଳୟର ୨୨ଟି ବିଭାଗର ମୁଖ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଡଃ. ଦିପ୍ତୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ