କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ବେଣୁଧର ପ୍ରଧାନ ସ୍ମାରକୀ ବକ୍ତୃତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭାଗୃହରେ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ସ୍ୱର୍ଗତ ଡଃ.ବେଣୁଧର ପ୍ରଧାନଙ୍କ ଏକାଦଶତମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ସ୍ମୃତିରେ ପ୍ରାଧ୍ୟାପକ ବେଣୁଧର ପ୍ରଧାନ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାପ୍ତନ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜର ପ୍ରଥମ ଅଧ୍ୟକ୍ଷ ଭାବରେ ସ୍ୱର୍ଗତ ପ୍ରଧାନଙ୍କ ପାଇଁ ବହୁ ଚ୍ୟାଲେଞ୍ଜ ଥିବା ବେଳେ ସେ ତାହାକୁ ସାହାସର ସହ ସମ୍ମୁଖୀନ ହୋଇ ମହାବିଦ୍ୟାଳୟକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ୱର୍ଗତ ପ୍ରଧାନଙ୍କ ସହିତ ଓତପ୍ରୋତଃ ଭାବେ ଜଡିତଥିବା ସମାଜସେବୀ ପ୍ରହଲ୍ଲାଦ ସିଂ ଯୋଗଦେଇ ସେ କିପରି ଗାନ୍ଧିବାଦୀର ପ୍ରତୀକ ଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସ୍ୱର୍ଗତ ପ୍ରଧାନଙ୍କ ଭଳି ମଣିଷର ଚିନ୍ତା, କର୍ମ ଓ କଥା ଗୋଟିଏ ସରଳ ରେଖାରେ ଚାଲୁଥିବା ବେଳେ ସତ୍ଚିନ୍ତା, ସତ୍କର୍ମ ଓ ସତ୍ କଥାର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ ବୋଲି ଶ୍ରୀ ସିଂ କହିଥିଲେ । ଆସନ୍ତୁ ନିଜେ ହସିବା ଓ ସମସ୍ତଙ୍କ ମନରେ ହସ ଭରିବା ବୋଲି ସେ କହିଥିଲେ । ସମ୍ମାନୀତ ଅତିଥି ଭାବରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡଃ. ସେକ ସମସୁର, ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ପ୍ରାଧ୍ୟାପକ ଅଜୟ ସାମଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମେଜର ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ପ୍ରଫେସର ବେହେରା ସ୍ୱାଗତ ଭାଷଣ କ୍ୟାପଟେନ ସୀମା ମହାନ୍ତି ଏହି ଉତ୍ସବର ସଂଯୋଜନା କରିଥିଲେ । ରାଜନୀତି ବିଜ୍ଞାନ ବିବାଗ ଅଧ୍ୟାପକ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ପ୍ରାଧ୍ୟାପକ ଗୈାରହରି ଦାସ, ଅଧ୍ୟାପକ ତପନ କୁମାର ପତି, ପ୍ରାଧ୍ୟାପକ ଜ୍ଞାନୀନ୍ଦ୍ର ଦାସ, ସାହିତ୍ୟିକ ବାସୁଦେବ ଦାସଙ୍କ ସମେତ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।