କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଆଲୁମିନି ମିଟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ୫ମ ଆଲୁମିନି ମିଟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅର୍ଥନୀତି ବିଭାଗ ପୁରାତନ ଛାତ୍ରସଂସଦ ସଭାପତି ତଥା ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଡଃ. ଅନ୍ନପୂର୍ଣ୍ଣା ସୁଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୁମିନି ମିଟରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ କଲେଜର ବିଗତ ଦିନର ବହୁ ଘଟଣାକ୍ରମର ଅଭୁଲା ସ୍ମୃତି ଗୁଡିକର ଅବତାରଣା କରିବା ସହ ସେ ସମୟର କଲେଜ ଆଉ ଆଜିର କଲେଜ ଭିତରେ ଥିବା ପାର୍ଥକ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ଛାତ୍ର ଓ ଶିକ୍ଷକ ଭିତରେ ଥିବା ସମ୍ପର୍କକୁ ନେଇ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅର୍ଥନୀତି ବିଭାଗ ମୁଖ୍ୟ ଡଃ.ଜ୍ଞାନୀନ୍ଦ୍ର ଦାସ, ସଂସଦର ଉପସଭାପତି ଅବକାରୀ ଅଧିକ୍ଷକ ତଥା ପୁରାତନ ଛାତ୍ର ପ୍ରବୀର କୁମାର ସାମଲ, ସମ୍ପାଦିକା ଡଃ. ଦିପ୍ତୀ ରାୟ, ପୁରାତନ ଛାତ୍ର ଡଃ. ଉପେନ୍ଦ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଅର୍ଥନୀତି ବିଭାଗର ୨୦୨୨ମସିହା ଟପରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସମସ୍ତ ଅତିଥିମାନଙ୍କୁ ମଧ୍ୟ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂସଦର ଯୁଗ୍ମ ସମ୍ପାଦିକା ମନ୍ଦାକିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ