କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ପକ୍ଷରୁ ସଂସଦୀୟ ବଜେଟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସଂସଦୀୟ ବଜେଟ-୨୦୨୩-୨୪ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅର୍ଥନୀତି ବିଭାଗ ମୁଖ୍ୟ ଡଃ. ଜ୍ଞାନୀନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକ ଭାବେ ବରିଷ୍ଠ ଅର୍ଥନୀତିଜ୍ଞ, ସ୍ତମ୍ବକାର ତଥା ସାମାଜିକ କର୍ମୀ ଡଃ. ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ସଂସଦୀୟ ବଜେଟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏଥିସହିତ ବିଭିନ୍ନ ସେକ୍ଟର ପାଇଁ ହୋଇଥିବା ବ୍ୟୟ ବରାଦ ସମ୍ପର୍କରେ ଆଲୋକପାତ କରି ଡଃ. ମହାପାତ୍ର କହିଥିଲେ ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରାଯିବାର ଆବଶ୍ୟକତା ରହିଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ଥନୀତି ବିଭାଗ ଅଧ୍ୟାପିକା ଡଃ. ଦିପ୍ତୀ ରାୟ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ତପସ୍ୱିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ନିଜସ୍ୱ ମତ ରଖିଥିଲେ ।