କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା ପରିଷଦ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା ପରିଷଦ ବୈଠକ ସଭାପତି ଡାକ୍ତର ବାସୁଦେବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାବିଦ୍ୟାଳୟ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ହେବା ସହିତ ଆଗାମୀ ନାକ ଟିମ ପରିଦର୍ଶନ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ବିଗତ ଦିନର କରୋନା ବିପର୍ଯ୍ୟୟ ପାଇଁ ଉଭୟ ସ୍ୱୟଂ ଶାସନ ଓ ନାକ୍ ମାନ୍ୟତା ବିଳମ୍ବିତ ହୋଇଥିଲେ ମଧ୍ୟ ତାହା କିପରି ସ୍ୱଳ୍ପ ସମୟ ସୀମା ଭିତରେ ହାସଲ କରାଯାଇପାରିବ ସେଥିନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରିଚାଳନା ପରିଷଦର ସମ୍ପାଦକ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବୈଠକରେ ଉତ୍କଳ ବିଶ୍ୱ ବିଦ୍ୟାଳୟର କୂଳପତିଙ୍କ ପ୍ରତିନିଧି ଭାବେ ବିଶ୍ୱବିଦ୍ୟାଳୟ କଲେଜ ବିକାଶ ପରିଷଦର ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ, ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦେଶକ ଡକ୍ଟର କାର୍ତ୍ତିକ ପ୍ରସାଦ ଜେନା, ସଭ୍ୟ ଡଃ. ସେକ ସମସୁର, ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଅଜୟ କୁମାର ସାମଲ, ଡଃ. ଅପର୍ଣ୍ଣା ମହାନ୍ତି, ଡଃ. ରାଜଗୋପାଳ ମହାନ୍ତି, ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ଡଃ. ସଞ୍ଜୀବ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଗୁଣବତ୍ତା ରକ୍ଷାଦିଗରେ ମହାବିଦ୍ୟାଳୟକୁ ପରାମର୍ଶ ଦେଇଥିଲେ । ଶେଷରେ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ