କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅନୁମତି କ୍ରମେ ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସଂଯୋଜକ ଡଃ. ପ୍ରଭାକର ମଲ୍ଲିକଙ୍କ ସହଯୋଗରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ତୁଷାରକାନ୍ତୀ ଜେନାଙ୍କ ସଂଯୋଜନାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡଃ. ଅଜିତ କୁମାର ଦାସ, ପ୍ରମୋଦ କୁମାର ବେହେରା, ସସ୍ମିତା ଅଧିକାରୀ, ପବିତ୍ର ସାହୁ, ଅମୀୟରଞ୍ଜନ ଜେନା, ହିନ୍ଦୀ ବିଭାଗ ମୁଖ୍ୟ ଡଃ. ସେକ ହବିବ, ଡଃ. ପ୍ରୀତିରେଖା ସ୍ୱାଇଁ, ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ୟାପିକା ସସ୍ମିତା ବେଦାନ୍ତ, ନିରୂପମା ପାଣି, ନିହାରିକା ମୁଦୁଲିଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଅତିଥିମାନେ ଆମର ମାତୃଭାଷା କିପରି ସୁଦୃଢ, ବିସ୍ତୃତ, ସୁରକ୍ଷିତ, ଶକ୍ତିଶାଳୀ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ଓ ଅଧ୍ୟାପିକାମାନେ ମାତୃଭାଷାକୁ ବିସ୍ତୃତ କରିବାକୁ ହେଲେ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯିବା ସହିତ ବିଭିନ୍ନ ପତ୍ରପତ୍ରିକା, ଖବରକାଗଜ ଓ ସରକାରୀ ସ୍ତରରେ ଓଡିଆ ଭାଷାରେ ଲିଖିତ ହେବାର ଆବଶ୍ୟକତା ରହିଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।