କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗର ଜାତୀୟ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୨୦୦୦ ପରବର୍ତ୍ତୀ ଓଡିଆ ସାହିତ୍ୟ: ଦିଶା ଓ ଦୃଷ୍ଟି ଶିର୍ଷକ ଆଲୋଚନାଚକ୍ର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଏକ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ରଫେସର ଡଃ. ରାମଚନ୍ଦ୍ର ବେହେରା ଉଦଘାଟକ ଭାବେ ଯୋଗଦେଇଥିବା ବେଳେ ଭିତ୍ତିପ୍ରବନ୍ଧ ଉପସ୍ଥାପିକା ଭାବେ ବିଶିଷ୍ଟ କବି ଡଃ. ଅପର୍ଣ୍ଣା ମହାନ୍ତି, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସଂଯୋଜକ ଡଃ. ପ୍ରଭାକର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗୀୟ ମୁଖ୍ୟ ମନିଷାକାନ୍ତୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାନର ଆବାହକ ଡଃ. ଅଜିତ କୁମାର ଦାସ ପାଠ୍ୟକ୍ରମ ସଙ୍କ୍ରାନ୍ତୀୟ ସୂଚନା ପ୍ରଦାନ ଓ ଅଧ୍ୟାପକ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚକ୍ରର ପ୍ରଥମ ଅଧିବେଶନରେ ଡଃ. ରବିନ୍ଦ୍ର କୁମାର ସାମଲ ସଭାପତିତ୍ୱ କରିଥିବା ବେଳେ ଡଃ. ଦିଲ୍ଲିପ କୁମାର ସ୍ୱାଇଁ, ଡଃ. ସେନାପତି ପ୍ରଦ୍ୟୁମ୍ନ କେଶରୀ, ଡଃ. ରମେଶ ଚନ୍ଦ୍ର ବେହେରା ଆଲୋଚନା କରିଥିବା ବେଳେ ପ୍ରବନ୍ଧ ପାଠ କରିଥିଲେ ଡଃ. ବିଜୟଲକ୍ଷ୍ମୀ ଦାଶ, ଡଃ. ମାନସ କୁମାର ଦାସ, ଡଃ. ବୈଜୟନ୍ତୀ ନାୟକ । ସଂପାନର ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ପ୍ରଫେସର କୃଷ୍ଣ ଚନ୍ଦ୍ର ପ୍ରଧାନ । ଆଲୋଚନା କରିଥିଲେ ଡଃ. ବେଣୁଧର ପାଢୀ, ଡଃ. ରମେଶ ଚନ୍ଦ୍ର ମଲ୍ଲିକ ଏବଂ ପ୍ରବନ୍ଧ ପାଠ କରିଥିଲେ ଡଃ. ବିରଞ୍ଚି କୁମାର ସାହୁ । ଏହି ସଂପାନରେ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ବହୁ ଅଧ୍ୟାପକ,ଅଧ୍ୟାପିକାମାନେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ସେକ ସମସୁର, ନନ୍ଦ କିଶୋର ପରିଡା,ବିନ୍ଦୁମିତ୍ର ବଳ, ଡଃ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ତପନ କୁମାର ପତି, ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ଗୈାରପ୍ରସାଦ ଷଡଙ୍ଗୀ, ରମାନାଥ ମହାନ୍ତି, ଅଶୋକ କୁମାର ଦାସ, ରଞ୍ଜିତ କୁମାର ଦାସଙ୍କ ସମେତ ଓଡିଆ ବିଭାଗର ଅଧ୍ୟାପିକା ସସ୍ମିତା ଅଧିକାରୀ, ଅଧ୍ୟାପକ ପବିତ୍ର କୁମାର ସାହୁ, ଅଧିକାରୀ ନିଲେଶ କୁମାର ଦାସ, ଚନ୍ଦ୍ରକାନ୍ତ ମଲ୍ଲିକ ଓ ଛାତ୍ରଛାତ୍ରୀମାନେ ଏହି ସଂପାନରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ