କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳିତ

କେନ୍ଦ୍ରାପଡା,( ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜ ଯୁବ ରେଡକ୍ରସର କାଉନସିଲର ଅଧ୍ୟାପକ ଅଶୋକ କୁମାର ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏଡସର ଭୟାବହତା ଓ ଜନ ସଚେତନତା ଉପରେ ମତବ୍ୟକ୍ତ କରିଥିଲେ । କଲେଜ ଉପାଧ୍ୟକ୍ଷ ପ୍ରାଧ୍ୟାପକ ଗୋପାଳ ଚନ୍ଦ୍ର ବେହେରା ଏଡସର ନିରାକରଣ ପାଇଁ ସାବଧାନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ତପନ କୁମାର ପତି, ଡଃ.ଜ୍ଞାନୀନ୍ଦ୍ର ଦାଶ, ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ରଞ୍ଜିତ କୁମାର ଦାସ, ନିହାର ରଞ୍ଜନ ନାୟକ, ବିଶ୍ୱ ରଞ୍ଜନ ପୁହାଣ, ରମାନାଥ ମହାନ୍ତି, ଡଃ.ପ୍ରଭାକର ମଲ୍ଲିକ, ସୀମା ମହାନ୍ତି, ଦେବକାନ୍ତ ଷଡଙ୍ଗୀ, ତୁଷାରକାନ୍ତୀ ଭୂୟାଁ, ପ୍ରମୋଦ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । କୋଭିଡ ନିୟମକୁ ପାଳନ ପୂର୍ବକ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ