କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଅନୁଦାନ ମଞ୍ଜୁର ପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଅର୍ପଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସର୍ବାଧିକ ସରକାରୀ ଅନୁଦାନ ମଞ୍ଜୁର ହୋଇଥିବାରୁ ମହାବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ୫-ଟି ସଚିବ ଶ୍ରୀ ପାଣ୍ଡିଆନ କେନ୍ଦ୍ରାପଡାକୁ ୨ଦିନିଆ ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡିକର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟପିକା ଓ ଛାତ୍ରଛାତ୍ରୀମାନଙ୍କ ସହ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଭାବ ବିନିମୟ କରିଥିଲେ । ଏଥିସହିତ ମହାବିଦ୍ୟାଳୟ ଗୁଡିକର ବିକାଶ ଏବଂ ରୂପାନ୍ତରିକରଣ ପାଇଁ ଆବଶ୍ୟକୀୟ ଅର୍ଥ ଗୋଟିଏ ଦିନ ମଧ୍ୟରେ ମଞ୍ଜୁର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସେହି ଅନୁଯାୟୀ ସଚିବ ଶ୍ରୀ ପାଣ୍ଡିଆନ କେନ୍ଦ୍ରାପଡାରୁ ଭୁବନେଶ୍ୱର ଫେରିଯିବା ପରଦିନହିଁ ମହାବିଦ୍ୟାଳୟ ଗୁଡିକ ପାଇଁ ସରକାରୀ ଅନୁଦାନ ମଞ୍ଜୁର କରାଯାଇଛି । ଜିଲ୍ଲାର ସର୍ବାଧିକ ଅର୍ଥ ୨କୋଟି ୭୫ଲକ୍ଷ ଟଙ୍କାର ସରକାରୀ ଅନୁଦାନ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିକାଶ ଓ ରୂପାନ୍ତରିକରଣ ନିମନ୍ତେ ମଞ୍ଜୁର କରାଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏକାଠି ହୋଇ ମହାବିଦ୍ୟାଳୟର ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଥିବାରୁ ମହାବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ କାର୍ଯ୍ୟାବଳୀକୁ ପ୍ରସଂଶା କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଶ୍ରୀ ପାଣ୍ଡିଆନକୁ କୃତଜ୍ଞତା ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଜ୍ଞାନେନ୍ଦ୍ର ଦାଶ, ଡଃ. ପ୍ରଭାକର ମଲ୍ଲିକ, ରଞ୍ଜିତ କୁମାର ଦାସ, ପ୍ରମୋଦ କୁମାର ବେହେରା, ତୁଷାରକାନ୍ତି ଭୂୟାଁଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ