କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ +୩ ବିଜ୍ଞାନ ବିଭାଗ ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ଆଶା ଭୂୟାଁ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି କଳା ବିଭାଗ ହିନ୍ଦୀ ସମ୍ମାନର ଛାତ୍ରୀ ମୋନାଲିଶା ଜେନା କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗ ସମ୍ମାନ ଛାତ୍ର ତଫିକ ଖାନ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି । ବିଜ୍ଞାନ ବିଭାଗର ଛାତ୍ରୀ ଆଶା ଭୂୟାଁ ସିଜିପିଏ ୯.୮୬ ପ୍ରତିଶତ ମାର୍କ ରଖିଥିବା ବେଳେ କଳା ବିଭାଗର ଛାତ୍ରୀ ମୋନାଲିଶା ସିଜିପିଏ ୯.୭୦ ପ୍ରତିଶତ ଓ ବାଣିଜ୍ୟ ବିଭାଗ ଛାତ୍ର ତଫିକ ସିଜିପିଏ ୯.୨୪ ପ୍ରତିଶତ ମାର୍କ ରଖିଛନ୍ତି । ଏହି ୩ଜଣ ଛାତ୍ରୀ ଓ ଛାତ୍ରଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ କଳାରେ ୯୬.୬୭ ପ୍ରତିଶତ, ବାଣିଜ୍ୟରେ ୯୨.୧୨ପ୍ରତିଶତ ଓ ବିଜ୍ଞାନରେ ୯୭.୮୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି । କଳାରେ ୩୬୦ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ୩୩୧ଜଣ ପରୀକ୍ଷା ଦେଇଥିଲେ । ୨୯ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୨୫୦ଜଣ,ପ୍ରଥମଶ୍ରେଣୀରେ ୬୦ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୧୦ଜଣ ପାସ କରିଥିବା ବେଳେ ମୋଟ ୩୨୦ଜଣ ପାସ କରିଛନ୍ତି ଓ ୧୧ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୮୯ଜଣ ଛାତ୍ର ଥିବା ବେଳେ ୨୩୧ଜଣ ଛାତ୍ରୀ ଅଛନ୍ତି । ବିଜ୍ଞାନ ବିଭାଗରେ ୩୪୫ଜଣ ପଞ୍ଜିକୃତ ହୋଇଥିବା ବେଳେ ୩୨୪ଜଣ ପରୀକ୍ଷା ଦେଇଥିଲେ । ୨୧ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୨୭୭ଜଣ, ପ୍ରଥମଶ୍ରେଣୀରେ ୪୦ଜଣ ପାସ କରିଥିବା ବେଳେ ମୋଟ ୩୧୭ଜଣ ପାସ କରିଛନ୍ତି ଏବଂ ୭ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୧୬୨ଜଣ ଛାତ୍ର ଥିବା ବେଳେ ୧୫୫ଜଣ ଛାତ୍ରୀ ଅଛନ୍ତି । ସେହିଭଳି ବାଣିଜ୍ୟ ବିଭାଗରେ ୩୭୪ଜଣ ପଞ୍ଜିକୃତ ହୋଇଥିବା ବେଳେ ୩୪୩ଜଣ ପରୀକ୍ଷା ଦେଇଥିଲେ । ୩୧ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୨୭୭ଜଣ, ପ୍ରଥମଶ୍ରେଣୀରେ ୪୦ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୧୫ଜଣ ପାସ କରିଥିବା ବେଳେ ମୋଟ ୩୧୬ଜଣ ପାସ କରିଛନ୍ତି ଓ ୨୭ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୨୩୨ଜଣ ଛାତ୍ର ଥିବା ବେଳେ ୮୪ଜଣ ଛାତ୍ରୀ ଅଛନ୍ତି । କଲେଜର ମୋଟ ୧୦୭୯ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ମୋଟ ୯୮୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୯୫୩ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । କଲେଜର ପାସହାର ୯୫.୪୯ ପ୍ରତିଶତ ହୋଇଥିବା ବେଳେ ସେଥିମଧ୍ୟରୁ ୪୮୩ଜଣ ଛାତ୍ର ଥିବା ବେଳେ ୪୭୦ଜଣ ଛାତ୍ରୀ ଅଛନ୍ତି । ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ନୋଚନ ଓ ସମ୍ବର୍ଦ୍ଧନା ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ବେହେରାଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ଅଶୋକ କୁମାର ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ପ୍ରାଧ୍ୟାପକ ରମାନାଥ ମହାନ୍ତି, ସହକାରୀ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ସୁରେଶ ଚନ୍ଦ୍ର ଦାସ,ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ପ୍ରଭାକର ମଲ୍ଲିକ, ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ, ଡଃ. ସେକ ହବିବ , ଅଧ୍ୟାପକ ପ୍ରମୋଦ କୁମାର ବେହେରା, ମହାବିଦ୍ୟାଳୟର ପରିଚାଳନା ପରିଷଦ ସଦସ୍ୟ ପ୍ରାଧ୍ୟାପକ ଅଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ବିଗତ ୨୦୨୨ରେ କଲେଜର ମୋଟ ପାସହାର ୯୨.୫୮ ପ୍ରତିଶତ ହୋଇଥିବା ବେଳେ କଳାରେ ମୋଟ ୯୨.୧ ପ୍ରତିଶତ, ବିଜ୍ଞାନରେ ୯୪.୫୮ ପ୍ରତିଶତ ଓ ବାଣିଜ୍ୟରେ ୯୦.୯ ପ୍ରତିଶତ ପାସହାର ଥିଲା । ସେହିପରି କଳା ବିଭାଗର ଦର୍ଶନଶାସ୍ତ୍ର ସମ୍ମାନରେ ଶୁଭଶ୍ରୀ ଦାସ ସିଜିପିଏ ୮.୫୧ମାର୍କ ରଖି ଟପର ହୋଇଥିବା ବେଳେ ଅର୍ଥନୀତିରେ ପ୍ରହଲାଦ ଜେନା ସିଜିପିଏ ୯.୪୯, ଶିକ୍ଷାରେ ପ୍ରମୋଦିନି ମହାନ୍ତି ସିଜିପିଏ ୯.୨୭, ଇଂରାଜୀରେ ତାରିଣୀ ଜ୍ୟୋତିର୍ମୟୀ ସିଜିପିଏ ୯.୦୮, ଭୂଗୋଳରେ ଜୟଶ୍ରୀ ବେହେରା ସିଜିପିଏ ୮.୮୪, ହିନ୍ଦୀରେ ମୋନାଲିଶା ଜେନା ସିଜିପିଏ ୯.୭, ଇତିହାସରେ ସୈାମ୍ୟରଞ୍ଜନ ସାହୁ ସିଜିପିଏ ୮.୯୭, ଶିଳ୍ପ ସମାଜଶାସ୍ତ୍ରରେ ଇତିଶ୍ରୀ ଦାସ ସିଜିପିଏ ୮.୩, ଓଡିଆରେ ସ୍ୱପ୍ନାରାଣି ଚୂଳି ସିଜିପିଏ ୮.୮୪, , ରାଜନୀତି ବିଜ୍ଞାନରେ ଶ୍ରାବଣୀ ବାରିକ ସିଜିପିଏ ୯.୦୭, ମନୋବିଜ୍ଞାନରେ ପ୍ରତିଭା ସାହୁ ସିଜିପିଏ ୯.୨୨, ସଂସ୍କୃତରେ ତନ୍ମୟୀ ସେଠୀ ସିଜିପିଏ ୮.୭୬, ସମାଜଶାସ୍ତ୍ରରେ ବର୍ଷାରାଣୀ ବିଶ୍ୱାଳ ସିଜିପିଏ ୮.୮୫, ବାଣିଜ୍ୟରେ ତଫିକ ଖାନ ସିଜିପିଏ ୯.୨୪, ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନ ସମ୍ମାନରେ କ୍ରାନ୍ତୀ ବିଜୟିନୀ ପଟ୍ଟନାୟକ ସିଜିପିଏ ୯.୪୯, ରସାୟନ ବିଜ୍ଞାନରେ ସ୍ପର୍ଶମଣୀ ସାହୁ ସିଜିପିଏ ୯.୭୯, କମ୍ପ୍ୟୁଟର ବିଜ୍ଞାନରେ ପ୍ରବିଣ କୁମାର ସାହୁ ସିଜିପିଏ ୯.୫, ଭୁତତ୍ୱ ବିଜ୍ଞାନରେ ଜୟଶ୍ରୀ ବେହେରା ସିଜିପିଏ ୮.୮୪, ଗଣିତରେ ଚିନ୍ମୟ କୁମାର ସ୍ୱାଇଁ ସିଜିପିଏ ୯.୫୩ , ଗଣିତ (କଳା)ରେ ଧନେଶ୍ୱର ବେହେରା ସିଜିପିଏ ୭.୫୫, ପଦାର୍ଥ ବିଜ୍ଞାନରେ ବରଜ କୁମାର ଦାସ ସିଜିପିଏ ୯.୬୪, ପରିସଂଖ୍ୟାନରେ ସୁରଭି ପ୍ରିୟଦର୍ଶିନୀ ସିଜିପିଏ ୯.୫୫, ପରିସଂଖ୍ୟାନ(କଳା)ରେ ସୁମିତ୍ରା ସାହୁ ସିଜିପିଏ ୭.୪୬ ଏବଂ ପ୍ରାଣୀବିଜ୍ଞାନ ସମ୍ମାନ ବିଭାଗରେ ଆଶା ଭୂୟାଁ ସିଜିପିଏ ୯.୮୬ପ୍ରତିଶତ ମାର୍କ ରଖି ଟପର ହୋଇଛନ୍ତିି ।