କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଜ୍ଞାନେନ୍ଦ୍ର ଦାସ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ମହାବିଦ୍ୟାଳୟ ପରିସରର ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ଆମ୍ବ, ପିଜୁଳି, ସପେଟା, ଅଁଳା, ପଣଷ, କାଜୁ ଭଳି ଅନେକ ପ୍ରକାର ବୃକ୍ଷର ଚାରା ରୋପଣ କରାଯାଇଥିଲା । ପ୍ରଫେସର ଜ୍ଞାନେନ୍ଦ୍ର ଦାସଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିସହିତ ମହାବିଦ୍ୟାଳୟର ସ୍ୱେଛାସେବୀ ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ମହାବିଦ୍ୟାଳୟ ପରିସରରୁ ବାହାରି “ଗୋଟିଏ ଗଛ ଗୋଟିଏ ଜୀବନ”, ଜୀବ ଜଗତକୁ ବଞ୍ଚାଇରଖିବାକୁ ହେଲେ ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ଳେ୍ୱାଗାନ ଲେଖାଥିବା ପ୍ଲାକାର୍ଡ ଧରି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଦାସ ଗୋଟିଏ ଗୋଟିଏ ବୃକ୍ଷର ଚାରା ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଜର ମନୋରଞ୍ଜନ ମହାନ୍ତି, ପ୍ରଫେସର ରମାନାଥ ମହାନ୍ତି, ଗୈାର ପ୍ରସାଦ ଷଡଙ୍ଗୀ, ଅଶୋକ କୁମାର ଦାସ, ରଞ୍ଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ