କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୩ତମ ସ୍ୱନକ୍ଷତ୍ର ଦିବସ ସାଧାରଣ ମଣିଷଙ୍କ ଠାରେ ଅସାଧାରଣ ପଣ ରହିଛି

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୩ତମ ପ୍ରତିଷ୍ଠା ଦିବସ ତଥା ଦୀନବନ୍ଧୁ ସାହୁ ସ୍ମୃତିସମ୍ମାନ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସାଧାରଣ ମଣିଷର ଜୀବନଚର୍ଯ୍ୟା ଓ ତଥାକଥିତ ଶିକ୍ଷିତ ମଣିଷଙ୍କ ଜୀବନ ଚଳଣି ଉପରେ ତୁଳନାତ୍ମକ ଆଲୋଚନା କରି ସାଧାରଣ ଲୋକ କିପରି ଅଧିକ ମହତ୍ତର ଉଲ୍ଲେଖ କରିଛନ୍ତି । ଆଜକୁ ୬୩ବର୍ଷ ତଳେ କଲେଜ ଏହିଦିନରେ କଲେଜ ଭିତ୍ତିସ୍ଥାପନ ହୋଇଥିଲା । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ କଲେଜର ସମସ୍ତ ବିକାଶ ହେବା ଉଚିତ ଓ ଏହା ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରିଣତ ହେବା ସହ ଏହାକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିବା ଶ୍ରେୟ ବୋଲି ମତବ୍ୟକ୍ତ କରିଥିଲେ । ଆବଶ୍ୟକ ଭିତ୍ତିଭୂମି ଓ ଶୈକ୍ଷିକ ପରିମଣ୍ଡଳର ବିକାଶ ନହେଲେ ଏ ସ୍ୱପ୍ନ ସାକାର ହେବ ନାହିଁ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀ ରାଧାମୋହନ ଆଦିବାସୀ ଜନଜୀବନର ସରଳତା ଓ ସହୃଦୟତା ଆମ ବୁଦ୍ଧିଜୀବି ସମାଜରେ ଅଭାବ ବୋଲି ଦର୍ଶାଇଥିଲେ । ସୁନ୍ଦର ଜଙ୍ଗଲ କାଟି ଆକାଶୀ ଗଛ ଲଗାଇବା ବା ଅଧିକ ଗୋଖାଦ୍ୟ ଦେଇ ଖୀର ଉତ୍ପାଦନ କରି ବାଛୁରୀକୁ ଭୋକିଲା ରଖିବା କେଉଁ ବିକାଶ ବୋଲି ସରଳ ଆଦିବାସୀର ପ୍ରଶ୍ନ ଅନୁତ୍ତରିତ ହୋଇ ରହିଛି ସେ କହିଥିଲେ । ଅଲମ୍ପିକ ପ୍ରତିଭା ଅନୁରାଧା ଜୀବନରେ ଶୃଙ୍ଖଳା ଓ ଅଭ୍ୟାସ ଯୁବ ପ୍ରତିଭାମାନଙ୍କୁ ସଫଳତାର ଶୀର୍ଷରେ ପହଁଚେଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ଉଦବୋଧନ ଦେଇଥିଲେ ପ୍ରଫେସର ରାଧାମୋହନ । ଏହି ଅବସରରେ ଚଳିତବର୍ଷ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ଯଶ୍ୱସ୍ୱିନୀ କ୍ରିଡାବୀତ ଅନୁରାଧା ବିଶ୍ୱାଳଙ୍କୁ ପ୍ରଦାନ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ କରି ଉତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା କଲେଜର ବିକାଶ ଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଲେଫଟନାଂଟ ସୀମା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପ୍ରାଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ କଲେଜରୁ ସେବାନିବୃତ୍ତ ହୋଇଥିବା ପ୍ରଫେସର ଅଜୟ ଦାସ, ଡଃ. ଶ୍ରୀଧର ସାମଲ, ତ୍ରିଲୋଚନ ପ୍ରଧାନ ଓ ଆଶୁତୋଷ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ମୋମେଂଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ବୁଦ୍ଧିଜୀବି, ସ୍ୱାଧୀନତା ସଂଗ୍ରାମୀ, ପତ୍ରକାର ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଶିଷ୍ଟବ୍ୟକ୍ତିଙ୍କ ମଧ୍ୟରେ ପ୍ରଫେସର ନନ୍ଦ କିଶୋର ପରିଡା, ଡଃ. ରାମଚନ୍ଦ୍ର ବେହେରା, ଡଃ. ସେକ ସମସୁର, ଡଃ. ବିନାୟକ ଦାଶ, ଗୈାରହରି ସାହୁ, ସୁରେଶ କୁମାର ମନ୍ତ୍ରୀ, ଦୁର୍ଯ୍ୟୋଧନ ପରିଡା, ଡଃ. ଅପର୍ଣ୍ଣା ମହାନ୍ତି, ଡଃ. ଶତୃଘ୍ନ ପାଣ୍ଡବ, ଡଃ. ଭୂବନାନନ୍ଦ ସାହୁ, କୈଳାସ ଚନ୍ଦ୍ର ବରାଳ, ଅମୁଲ୍ୟ କୁମାର ମଲ୍ଲ, ପ୍ରାକ୍ତନ ଗ୍ରନ୍ଥାଗାରିକ ଦିବାକର ମହାନ୍ତି, ଡଃ. ବାସୁଦେବ ଦାସ, ଅଜୟ ସାମଲ, ଶରତ ବିଶ୍ୱାଳ, ଭଗବାନ ପତ୍ରୀ, କ୍ରୀଡାଶିକ୍ଷକ ହିମାଂଶୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଡଃ. ପ୍ରମୋଦ କୁମାର ଦାସ, ମନୋଜ କୁମାର ମିଶ୍ର, ଜ୍ଞାନୀନ୍ଦ୍ର ଦାଶ, ମନୋରଞ୍ଜନ ମହାନ୍ତି, ରଞ୍ଜିତ ଦାସ, ଅଶୋକ କୁମାର ଦାସ, ବିଶ୍ୱରଞ୍ଜନ ପୁହାଣ, ଗୈାର ପ୍ରସାଦ ହଡଙ୍ଗୀ, ରମାନାଥ ମହାନ୍ତି, ସୁବ୍ରତ କୁମାର ପାତ୍ର, ଅନ୍ନପୂର୍ଣ୍ଣା ସୁଆର, ସୁଚିସ୍ମିତା ବେହେରା ପ୍ରମୁଖ ଅଧ୍ୟାପକ,ଅଧ୍ୟାପିକାମାନେ ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଡଃ. ଦେବେନ୍ଦ୍ର ନାଥ ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ