କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କର ନୂତନ ପରିଚାଳନା ପରିଷଦ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କର ନୂତନ ପରିଚାଳନା ପରିଷଦ ଋଣ ଆଦାୟ ପ୍ରତି ଗୁରୁତ୍ୱାରୋପ କରିଛି । ଏଥିପାଇଁ ସମସ୍ତ କର୍ମଚାରୀଙ୍କୁ ସକ୍ରିୟ ଭାବେ କାର୍ଯ୍ୟନିର୍ବାହ କରିବାକୁ କଡ଼ା ନିର୍ଦେଶ ଦିଆଯାଇଛି । ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତି ଋଣ ଗ୍ରହିତାମାନଙ୍କୁ ଭେଟି ଋଣ ପରିଶୋଧ କରିବା ପାଇଁ କହିଛନ୍ତି । ଆବଶ୍ୟକ ସ୍ଥଳେ କଠୋର ଓ ଦୃଢ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଋଣ ଆଦାୟକୁ ତ୍ୱରାନ୍ୱିତ କରାଯିବ ବୋଲି ସଭାପତି କହିଛନ୍ତି । ଚଳିତ ବର୍ଷ ଅନାଦେୟ ଋଣ ପରିମାଣ ଉଲ୍ଲେଖନୀୟ ଭାବେ ହ୍ରାସ କରିବା ସହ ନିକଟ ଭବିଷ୍ୟତରେ ବ୍ୟାଙ୍କର ଏନ୍‌ପିଏକୁ ଶୂନ୍ୟ ସ୍ଥିତିକୁ ଆଣିବା ପାଇଁ ନୂତନ ପରିଚାଳନା ପରିଷଦର ଲକ୍ଷ୍ୟ ବୋଲି ସେ କହିଥିଲେ । ତଦନୁଯାୟୀ ବ୍ୟାଙ୍କର ମୁଖ୍ୟ ଋଣ ଆଦାୟ ଅଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ୱରେ ରିକଭରୀ ଅଧିକାରୀମାନେ ଆଳି ଶାଖାର ଅନାଦେୟ ଋଣ ଗ୍ରହିତାମାନଙ୍କ ଠାରୁ କିପରି ତ୍ୱରିତ ଋଣ ଆଦାୟ କରାଯାଇପାରିବ ସେ ନେଇ ପଦକ୍ଷେପ ନେବେ । ଏହି ପରିପ୍ରେକ୍ଷୀରେ ସଭାପତି ଶ୍ରୀ ମହାନ୍ତି ଋଣିମାନଙ୍କୁ ସେମାନଙ୍କ ବକେୟା ଋଣ ଶୀଘ୍ର ପରିଶୋଧ କରି ବ୍ୟାଙ୍କର ସ୍ଥିତି ମଜଭୁତ କରିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ