କେନ୍ଦ୍ରାପଡ଼ା ଜିଲ୍ଲାର ୫ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ପାଇବେ ୬ଷ୍ଠ ପ୍ରେରଣା ସମ୍ମାନ- ୨୦୨୦
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): ରାଜ୍ୟର ଅଗ୍ରଣୀ ସ୍ଵେତ୍ସାସ୍ଵେବୀ ସଂଗଠନ ସ୍ୱାଭିମାନ,ଭୁବନେଶ୍ୱର ତରଫରୁ ପ୍ରତିବର୍ଷ ମାଟ୍ରିକ +୨ରେ ଭଲ ନମ୍ବର ରଖି ପାସ କରୁଥିବା ଭିନ୍ନକ୍ଷମ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା ପ୍ରମାଣପତ୍ର,ଉପଢ଼ୋକନ ଆଦି ପ୍ରଦାନ କରାଯାଇ ଆସୁଅଛି । ସେହି କ୍ରମରେ ଚଳିତ ବର୍ଷ ୧୨ଜଣ ଭିନ୍ନକ୍ଷମ ପିଲା ମାଟ୍ରିକ / +୨ ରେ ଅଧିକ ନମ୍ବର ରଖି ପାସ କରିଥିବାର ତଥ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଭିମାନ ଅନୁଷ୍ଠାନକୁ ପ୍ରେରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମାଟ୍ରିକରେ ନମ୍ବର ରଖି ପାସ ରଖିଥିବା ସତ୍ୟ ପ୍ରକାଶ ପରିଡା (OH)-୭୮%,ନଇନ୍ଦିପୁର ଉଚ୍ଚ ବିଦୟାଳୟ,ପାଟକୁରା,ସନ୍ଧ୍ୟାରାଣୀ ମହାପାତ୍ର, (HI)-୬୨%,ପଦ୍ମଲୋଚନ ମହାରଣା (OH)-୭୨%,ଟିକନପୁର ଉଚ୍ଚ ବିଦୟାଳୟ, ଗରଦପୁର,ଅଜିତ ବିଶ୍ଵାଳ (OH)-୬୮%,ପଞ୍ଚାୟତ ନୋଡାଲ ଉଚ୍ଚ ବିଦୟାଳୟ, ଜୟନଗର ରାଜକନିକା,+୨ ବିଜ୍ଞାନ- ବରଜ୍ କୁମାର ଦାସ (OH)-୮୪%,କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ,କେନ୍ଦ୍ରାପଡା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କୁ ଆସନ୍ତା ତା ୨୬.୦୯.୨୦୨୦ ରିଖ ୪ ଘଟିକାରେ ଏକ ଭରଚୁଆଲ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲ୍ଲାପାଳଙ୍କୁ ଏହାର ମୁଖ୍ୟ ଡଃ ସୃତି ମହାପାତ୍ର ପତ୍ର ଲେଖି ଜଣାଇଛନ୍ତି । ସାରା ଓଡ଼ିଶାରେ ୨୦୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହା ପାଇବାକୁ ଯୋଗ୍ୟ ହୋଇଥିବା ଜଣାଯାଏ । ସେମାନଙ୍କୁ ୫୦୦ ଟଙ୍କା ଓ ୧୦୦୦ ଟଙ୍କା ସହ ବ୍ୟାଚ ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ । ବରଜ୍ କୁମାର ଦାସ ମଧ୍ୟ ୨୦୧୮ ମସିହାରେ ମାଟ୍ରିକ ପରୀକ୍ଷାରେ ୮୬% ନମବର ରଖି ଏହି ସମ୍ମାନ ପାଇବାକୁ ଯୋଗ୍ୟ ହୋଇଥିଲେ । ଏହା ଜିଲ୍ଲାର ଭିନ୍ନକ୍ଷମ ଛାତ୍ରଛାତ୍ରୀକୁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ ପ୍ରକାଶ କରିବା ସହ ଉପରୋକ୍ତ ପିଲାମାନଙ୍କୁ ତାଙ୍କର ଏହି ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି |


