କେନ୍ଦ୍ରାପଡ଼ା ପୈାରନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କ ବିପୁଳ ବିଜୟର ଶ୍ରେୟ ବିଧାୟକଙ୍କୁ ଦେଲେ ଜନତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରନିର୍ବାଚନର ଫଳାଫଳ ଶନିବାର ମଧ୍ୟାହ୍ନରେ ପ୍ରକାଶ ପାଇଛି । ଫଳାଫଳ ଅନୁଯାଇ କେନ୍ଦ୍ରାପଡା ପୈାର ପରିଷଦର ୨୧ଟି ୱାର୍ଡ ମଧ୍ୟରୁ ୧୧ଟିରେ ବିଜେଡି କାଉନସିଲର ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ୪ ଅସନ୍ତୁଷ୍ଟ ବିଜେଡି (ସ୍ୱାଧୀନ)ପ୍ରାର୍ଥୀ ମଧ୍ୟ ବିଜୟ ଲାଭ କରିଛନ୍ତି । ଏଥିସହିତ ବିଜେଡି ନଗରପାଳ ପ୍ରାର୍ଥୀ ସରିତା ସାହୁ ମଧ୍ୟ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ପୈାର ନିର୍ବାଚନ ଆରମ୍ଭ ଦିନଠାରୁ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ବିଭିନ୍ନ ୱାର୍ଡରେ ବୁଲି ନିର୍ବାଚନୀ ପ୍ରଚାର କାର୍ଯ୍ୟ ଚଲାଇ ଆସିଛନ୍ତି । ଏଥିସହିତ ସହରର ବିଭିନ୍ନ ସ୍ଥାନରେ ଦଳର ନଗରପାଳ ଏବଂ କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ରୋଡଶୋ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବା ସହ ବିଭିନ୍ନ ୱାର୍ଡରେ ନିର୍ବାଚନୀ ବୈଠକ କରାଇ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ଜୋରଦାର ପ୍ରଚାର ଚଳାଇ ଥିଲେ । କେନ୍ଦ୍ରାପଡା ପୈାରପରିଷଦ ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀ କିଭଳି ନିଶ୍ଚିନ୍ତ ଭାବେ ବିଜୟ ଲାଭ କରିବେ ସେଥି ପାଇଁ ବିଧାୟକ ଶ୍ରୀ ବେହେରା ରାତିଦିନ ଏକ କରିଦେଇ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ବରିଷ୍ଠ ତଥା ବୟଷ୍କ ହୋଇଥିଲେବି ବିଧାୟକ ଶ୍ରୀ ବେହେରା ସେଥିପ୍ରତି ଭ୍ରୁକ୍ଷେପ ନକରି ଦଳକୁ ଜିତାଇ ଆଣିବା ପାଇଁ କଳ, ବଳ ଓ କୈାଶଳ ପ୍ରୟୋଗ କରି ନିରନ୍ତର ପ୍ରୟାସ ଜାରି ରଖିଥିଲେ । ଯାହାର ଫଳ ସୁରୂପ ବିଜେଡିର ଏଭଳି ଅଭୁତପୂର୍ବ ବିଜୟ ସମ୍ଭବ ହୋଇ ପାରିଲା । ତେଣୁ କେନ୍ଦ୍ରାପଡା ପୈାର ନିର୍ବାଚନରେ ବିଜେଡିର ଏହି ବିଜୟ ପାଇଁ କେନ୍ଦ୍ରାପଡା ସହରବାସୀ ଓ ନବ ନିର୍ବାଚିତ ପ୍ରାର୍ଥୀମାନେ ବିଧାୟକ ଶ୍ରୀ ବେହେରାଙ୍କୁ ଶ୍ରେୟ ଦେଇଥିବା ବେଳେ ବିଧାୟକ ଶ୍ରୀ ବେହେରା କିନ୍ତୁ ଏହାର ଶ୍ରେୟ ଦେଇଛନ୍ତି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ