କେନ୍ଦ୍ରୀୟକାୟାକଳ୍ପ ଦଳ ର ସୋରଡା,ବଡଗଡ ମେଡିକାଲ ପରିଦର୍ଶନ

 ଆନନ୍ଦ ବ୍ୟାୟମ କେନ୍ଦ୍ର କୁ ଦେଖି ପ୍ରସଂଶା କଲେ ସ୍ୱାସ୍ଥ୍ୟସେବା ଯୁଗ୍ମ ନିର୍ଦେଶିକା
ସୋରଡା,(ରଜନୀ କାନ୍ତ ମହାପାତ୍ର): କେନ୍ଦ୍ରୀୟ କାୟାକଳ୍ପ ୪ ଜଣିଆ ଦଳ ଗୁରୁବାର ସୋରଡା,ବଡଗଡ ମେଡିକାଲ କୁ ପରିଦର୍ଶନ ରେ ଆସି ଫେରିଛନ୍ତି । ପୂର୍ବାହ୍ନ ରେ ବଡଗଡ ମେଡିକାଲ ଯାଇଥିବା ବେଳେ ଅପରାହ୍ନ ୪ .୩୦ ରେ ସୋରଡା ମେଡିକାଲ ରେ ପହଞ୍ଚିଥିଲେ । ସ୍ୱାସ୍ଥ୍ୟସେବା ଯୁଗ୍ମ ନିର୍ଦେଶିକା ଡାଃ ସଞ୍ଜୁ ଦାସ ,ସମେତ ସୌମ୍ୟଶ୍ରୀ ମହାପାତ୍ର ,ଆଶିଷ ମିଶ୍ର ,ଚକ୍ରଧର ସାହୁ ପ୍ରମୁଖ ମେଡିକାଲ ର ପ୍ରସୂତି ଗୃହ ,ଅନ୍ତଃ ବିଭାଗ ,ବାହ୍ୟ ବିଭାଗ,,ଏନଆରଏଚଏମ କାର୍ଯ୍ୟ।ଳୟ,ଔଷଧ ଭଣ୍ଡାର ,ସ୍ବଚ୍ଛତା ,ପରିଷ୍କାର ,ପରିଚାଳନା ସବୁ ଦେଖିଥିଲେ । ପରେ ପରିସରରେ ଥିବା ମାଗଣା ଆନନ୍ଦ ବ୍ୟାୟମ କେନ୍ଦ୍ର କୁ ଯାଇ ସବୁ ବ୍ୟାୟମ ଉପକରଣକୁ ଦେଖିବାସହ ଅଞ୍ଚଳ ପାଇଁ ଏହା ଏକ ସୁସ୍ଥତା ପ୍ରଦାନ କାରୀ ବ୍ୟବସ୍ତା ବୋଲି କହିଥିଲେ । ଡାକ୍ତର ଓ କର୍ମଚାରୀଙ୍କ ଆପନାପନ ମାନସିକତା ହିଁ ସ୍ୱାସ୍ଥ୍ୟ ସେବାକୁ ବୃହତର କରାଇପାରିବ ବୋଲି କହିଥିଲେ । ଅଧିକରୁ ଅଧିକ ରୋଗୀ ଆସୁଥିବା ଏହି ମେଡିକାଲ ରେ ସବୁ ସୁବିଧା ଥିବା ଦେଖି ଖୁସି ହୋଇଥିବା କହିଥିଲେ । ସନ୍ଧ୍ୟାରେ ସମସ୍ତଙ୍କ ସହ ବୈଠକ କରିଥିଲେ । ଏହି ସମୟରେ ଡାକ୍ତର ଦିଲୀପ ନାୟକ ,ଡାକ୍ତର ସନ୍ତୋଷ କୁମାର ପଣ୍ଡା ,ଡାକ୍ତର ଅଜିତ କୁମାର ପାଣିଗ୍ରାହୀ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ