କେନ୍ଦ୍ରୀୟ ଟିମ୍ର ହିଂଜିଳି ଗ୍ରସ୍ତ
ହିଞ୍ଜିଳିକାଟୁ, (ଯୁଗାବ୍ଧ ନ୍ୟୁଜ/ଶେଷଦେବ ସାହୁ): ଗୁରୁବାର ଅପରାହ୍ନରେ ଏକ ୩ ଜଣିଆ କେନ୍ଦ୍ରୀୟ ଟିମ ହିଂଜିଳି ଗ୍ରସ୍ତ କରି ବହୁ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରି ଫେରିଛନ୍ତି । ଗୁରୁବାର ଅପରାହ୍ନରେ ହିଂଜିଳି ବ୍ଳକ ଦାରୁଭଦ୍ରା ଓ ଶାସନଆମ୍ବଗାଁ ଗ୍ରାମ ପଂଚାୟତରେ ପଂହଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତୋଦୟ ଯୋଜନା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମର୍ାଣ ହୋଇଥିବା ଆଦର୍ଶ ଗାଇ ଗୁହାଳ, କୁଅ ଇତ୍ୟାଦି ବୁଲି ଦେଖିବା କାଯ୍ରଁର ସଫଳ ରୂପାୟନ ନେଇ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ରୀୟ ଟିମ ପ୍ରଫେସର ଗିରିଜା ପି. ଗୁପ୍ତା, ଆର. ଭାନୁ ମୂର୍ତିଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶେଖର ସ୍ୱାଇଁ, ଏପିଡ଼ି ରବିନ୍ଦ୍ର ତ୍ରିପାଠି, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।