କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡ଼ାକରାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଧର୍ମଘଟ ଡାକରା
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ଠାରେ ଅଖିଳ ଭାରତ କିସାନ ମଜହୁଦର ସଂଘ ଏବଂ ସର୍ବ ଭାରତୀୟ କୃଷକ ସଂଘ କମିଟି ତରଫରୁ ସକାଳ ୬.୩୦ ରେ କାଶୀନଗର ବ୍ଲକ ତଥା କାଶୀନଗର ସହର ର ମୁଖ୍ୟ ରାସ୍ତା ଷ୍ଟେଡ଼ବ୍ୟାଙ୍କ ଛକ ଓଡ଼ିଆ ବାଇପାସ ରୋଡ଼ ବଜାର ଛକ ପ୍ରମୁଖ ସ୍ଥଳକୁ ଟାୟାର ପଥର ରଖି ଅବରୋଧ କରାଯାଇଛି | ଦୋକାନ ବଜାର ମଧ୍ୟ ବନ୍ଦ ରହିଛି | ରାସ୍ତାରେ ଯାନବାହାନ ମଧ୍ୟ ଅଟକିଛି |କେନ୍ଦ୍ର ସରକାରଙ୍କର ନୀତି ସାଧାରଣ ଲୋକଙ୍କର ଜୀବନ ଜୀବିକା ଉପରେ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି | କେନ୍ଦ୍ର ସରକାରଙ୍କର କୃଷି ବିଲ ବିରୋଧରେ ଦେଇଥିବା ଡାକରାକୁ ବିରୋଧ କରି କାଶୀନଗରର ସମସ୍ଥ ଛକରେ ପଦଯାତ୍ରା କରାଯାଇଥିଲା | ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ, ବଜାରର ନିତ୍ୟ ବ୍ୟବହାର ଦର ଦାମକୁ ନିୟନ୍ତ୍ରିତ କରାଯାଉ, ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ, ପେଟ୍ରୋଲ,ଡିଜେଲର ଦର ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ, ଏବଂ ଅନ୍ୟାନ୍ୟ ଦାବି ସଂଗଠନ ତରଫରୁ ନାରାବାଜି କରାଯାଇଥିଲା | ଏହି ବନ୍ଦ ଡ଼ାକରାରେ ALKMS,ALKSCC,DYFI,CPIM ଦଳର ତୁଙ୍ଗ ନେତା କେଦାର ଶବର, କାର୍ତିକ ଶବର, ସମ୍ବରା ଶବର, ମିନା ରାଓ ଓ ଶତାଧିକ ପୁରୁଷ ମହିଳା ଏହି ଧର୍ମ ଘଟରେ ଭାଗ ନେଇଥିଲେ |


